ବିଷ ଡେଣା
ବିଷ ଡେଣା
1 min
11.7K
ଡିଣ୍ଡିମ ବାଜେ ସହର ନଗରେ
ଜିଇଁବ ସମାଜେ, ନିର୍ଭୀକା ହୋଇ ନାରୀ,
ପକ୍ଷ ହରାଇ ଅପବାଦ ନେଇ
ପାରିବକି ହୋଇ, ମୁକ୍ତ ଆକାଶ ପରୀ ?
ଶତାବ୍ଦୀର ସେ ଡହ ଡହ ନିଆଁ
ପୋଡିତ ଦେଇଛି, ଜୀବନ ମୂଲ୍ୟବୋଧ,
ସଂଜ୍ଞା ହରାଇ ମାନବ ଦାନଵ
ସତ୍ୟ ପଥକୁ, କରିଅଛି ଅବରୋଧ l
ବିସ୍ମୃତ ପରା ଗତ ଇତିହାସ
ଅମର ଲେଖନୀ, ଅମୃତ ଭାଷାକୋଷ,
ଡହଳ ବିକଳ ନିରୀହ ନାଚାର
ହୃଦୟରେ ବୋହି, ସନ୍ତାପ ଅବଶୋଷ l
ହିଂସା ଭିଆଇ ହତ୍ୟା ରଚାଇ
ସଇତାନ ଉଡେ, ମେଲି ତା'ର ବିଷ ଡେଣା,
ତୃଷ୍ଣା ଆତୁର କାତର ଅଧୀର
ପଥ ହୁଡ଼ି ହୁଏ, ତୁଚ୍ଛାରେ ବାଟବଣା l
