ବିସ୍ମୟ ଦେବତା
ବିସ୍ମୟ ଦେବତା
• ବିସ୍ମୟ ଦେବତା
• କବିଶ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର , ମଙ୍ଗଳାଯୋଡି , ଖୋର୍ଦ୍ଧା
• ---------- -------------------- ----------
• ମନ ମନ୍ଦିରେ ତୁମେ ପ୍ରାଣରୂପି ଦେବତା
• ପବନ ରୁପେ ନିର୍ଲିପ୍ତ ପ୍ରଭୁ ବ୍ରହ୍ମବେତା
• ମାଟିଘଟ ଶରୀର ଏ ପାଇ ତବ ସତ୍ତା
• ଚଳ-ଚଞ୍ଚଳ କ୍ଷତି ରେ ବିସ୍ମୟ ବ୍ୟବସ୍ଥା
• ତହୁଁ ବଳି ବିସ୍ମୟ ତ ତୁମେ ବ୍ରହ୍ମାଣ୍ଡ କରତା ।।
•
• ଅପରୂପ ଚିତ୍ର ଚିତ୍ରେ କରିଛ କରିସ୍ମା
• ତ୍ରୀଲୋକେ ନାଗ,ଗନ୍ଧର୍ବ,ଅଭିନବ ମାୟା
• ପ୍ରାଣ,ପବନ,ପୃଥିବୀ ଜୀବନ୍ତ ଦେବତା
• ରୂପେ ବିଚରଣ କରି ହୋଇଯାଅ ସାହା
• ତୁମେ ବିସ୍ମୟ ର ବିସ୍ମୟ, ହେ ସର୍ବପ୍ରାଣ ଭର୍ତ୍ତା ।।
•
• ଭୂଧରମାଳା ସୁରମ୍ୟ ରମ୍ୟେ ସୁସଜ୍ଜିତା
• ବିଚିତ୍ର ଚିତ୍ରେ ଚିତ୍ରିତ ଅଚିନ୍ତ୍ୟ ସେ ଚିନ୍ତା
• ସାଗର,ସରିତ,ଗିରି,ବୃକ୍ଷ,ବନ,ଲତା
• ସଜେ ସାଇତି ରଖିଛ ହେ ଭାଗ୍ୟ ବିଧାତା
• ଆହା କି ଅଦ୍ଭୁତ ମୟ ତବ ଏ ଅଦ୍ଭୂତ ଚିନ୍ତା ।।
•
• ହେ ମଙ୍ଗଳମୟ ମମ ଜ୍ଞାନ ଦିବ୍ୟ ଦ୍ରଷ୍ଟା
• କାଳର କବଳେ କ୍ଷୟ ହୁଅଇ ଅନନ୍ତା
• ସ୍ଵର୍ଥ ଦାନବ ସଂହାର କର ବଳବନ୍ତା
• ଆକୁଳେ ଡାକେ ବଞ୍ଚାଇ ଦିଅଁ ବସୁମାତା
• ଅକାଳେରେ ପଡିଅଛି ଆଜି ଏ ଧରିତ୍ରୀ ମାତା ।।
•
• ଶତ୍ରୁ ଗର୍ଜେ ସୀମାନ୍ତ ରେ ମାଓ ରଚେ ହିଂସା
• ଗୃହଶତୃ ଜାଳେ ବସି ସୁଖ, ଶାନ୍ତି ଚତା
• ଦୁଃଷ୍କର୍ମ,ଦୁଃର୍ନୀତି, ଅହଂକାର,ମାୟା, ମିଥ୍ୟା
• କଳୁଷିତ ହୁଏ ଉର୍ବୀ କହ କାହିଁ ରକ୍ଷା
• ପାରିକର ଏ ସଂକଟରୁ ହେ ବିସ୍ମୟ କରତା ।।
