STORYMIRROR

Sanjya Tripathy

Others

3  

Sanjya Tripathy

Others

ବିଶ୍ଵମାନବ

ବିଶ୍ଵମାନବ

1 min
232


ସେ ଆସିଲେ:

ବିବର୍ଣ୍ଣ ବସନ୍ତର ପତ୍ରଝଡ଼ା ଋତୁରେ

'ଚୋରା ଚଇତି ଓ ମଳୟର କୁହୁ ଫୁଜନରେ

ପୁର୍ଣ ଯୌବନା ମୌସୁମୀର ବିଲ୍ୟବିତ ପାଦ ପାତରେ

ଗାନ୍ଧୀ ଗୋପବଂଧୁଙ୍କ ଗ୍ରାମ୍ୟ ସ୍ୱରାଜ୍ୟର ବାର୍ତ୍ତାରେ

ଶାନ୍ତିଦୂତ ନେହୁରଂକ ଫଚଶୀଳ ନୀତରେ

ଶାସ୍ତ୍ରୀଙ୍କ ଜୟ ଜବାନ- ଜୟ କିଷାନ୍ ଧ୍ବନିରେ

ଇନ୍ଦିରା ଙ୍କ ଗରିବୀ ହଟାଓ ଆବାହନରେ

ରାଜୀବଙ୍କ ମେରା ଭାରତ ମହାନ୍ ସ୍ଲୋଗାନରେ

- ବାଜପେୟୀଙ୍କ ଜୟ ବିଜ୍ଞାନ ବାଣୀରେ

ମନମୋହନଙ୍କ ଜଗତୀକରଣ, ଉଦାରୀକରଣ,

ଘରୋଇକରଣରେ

ମୋଦୀଙ୍କୁ ଡିଜିଟାଲ ଇଣ୍ଡିଆ- ବିମୁଦ୍ରୀକରଣରେ

ନବୀନଙ୍କ ରାଜନୈତିକ ସ୍ଥିରତା ଓ ଗ୍ରହଣୀୟତାରେ

ସେ ପୁଣି ଆସିଥିଲେ-

କ୍ଷୁଧା, ଦାରିଦ୍ର୍ୟ, ବେକାରୀର

କ୍ରମବର୍ତ୍ତମାନ ପରିସଂଖ୍ୟାନ

ଆତଙ୍କବାଦର ଅମା ଅନ୍ଧାରରେ- ଗଣଦୁଷ୍କର୍ମର ଲଜାରେ

ମହାପ୍ରୟାଣର ପ୍ରହସନରେ- ପୂତିରଂଧମୟ ପ୍ରଶାସନରେ

ବିପର୍ଯ୍ୟସ୍ତ ଶିକ୍ଷା ଓ ସ୍ବାସ୍ଥ୍ୟ ସେବାର ତାଳେ ତାଳେ

ଅପସଂସ୍କୃତି ଓ ଅପଖ୍ୟାତିର ଅନ୍ୟତମ ଅଧ୍ୟାୟରେ

ସେ ଆସିବେ ପ୍ରଗତି ଓ ପରିବର୍ତ୍ତନର ବିବର୍ତ୍ତିତ

ପରିଭାଷାରେ

ସଂପର୍କର ସୁରମ୍ୟ ସୃଜନଶୀଳତାରେ

ଦିଗବଳୟସ୍ପର୍ଶୀ କୁଆରର ଅନ୍ୟ ଏକ ଦିଗ୍ୟତରେ

କ୍ଷୁଧାମୁକ୍ତ ବିଶ୍ଵର ସଚେତନ ସାର୍ଥକ ପରିକଳ୍ପନାରେ ।


Rate this content
Log in