STORYMIRROR

Sudhanjali Mishra

Others

3  

Sudhanjali Mishra

Others

ବିଶ୍ବକପ୍ -୨୦୧୯

ବିଶ୍ବକପ୍ -୨୦୧୯

1 min
395


ସ୍ବାସ୍ଥ୍ୟ ହିଁ ସଂପଦ କ୍ରୀଡା ଗତିଶୀଳ

କରେ ନିରୋଗ ଶରୀର

ଶାରୀରିକ ସୁସ୍ଥ ମାନସିକ ସ୍ଥିର

ଖେଳ ବନ୍ଧୁତ୍ବ ବିସ୍ତାର ।।୧।।


ଆଜି ବିଶ୍ବକପ ଦଶଟି ଦେଶର

ପ୍ରତିଯୋଗୀ ଭାଗନେବେ

ଭାରତ ଆମର ଲକ୍ଷ୍ୟ ରଖିଅଛି

ବିଶ୍ବକଅପ୍ ଜିତିବେ ।।୨।।


ସେହି ଲକ୍ଷ୍ୟ ନେଇ ଖେଳନ୍ତି ସଭିଏଁ

କିଏ ଜିତେ କିଏ ହାରେ

ହାରିବା ଜିତିବା ଖେଳରେ ତ ଥାଏ

ବନ୍ଧୁତ୍ବ କି କେବେ ମରେ ।।୩।।


୧୯୮୩ ,୨୦୧୧ ମସିହାରେ

ବିଶ୍ବକପ୍ ଆଣିଥିଲା

ସବୁଦେଶ ମଧ୍ୟେ ଭାରତ ଆମର

ଇତିହାସ ରଚିଥିଲା ।।୪।।


ଭାରତ ମାଆର ଯଶ ଗଉରବ

ଆଣିବେ ଆମ ଖେଳାଳି

ଏତିକି କାମନା କରୁଛି ପ୍ରାର୍ଥନା

ପ୍ରଭୁପାଦେ ମୋର ଅଳି ।।୫।।

               


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍