ବିଶ୍ବକପ୍ -୨୦୧୯
ବିଶ୍ବକପ୍ -୨୦୧୯
1 min
381
ସ୍ବାସ୍ଥ୍ୟ ହିଁ ସଂପଦ କ୍ରୀଡା ଗତିଶୀଳ
କରେ ନିରୋଗ ଶରୀର
ଶାରୀରିକ ସୁସ୍ଥ ମାନସିକ ସ୍ଥିର
ଖେଳ ବନ୍ଧୁତ୍ବ ବିସ୍ତାର ।।୧।।
ଆଜି ବିଶ୍ବକପ ଦଶଟି ଦେଶର
ପ୍ରତିଯୋଗୀ ଭାଗନେବେ
ଭାରତ ଆମର ଲକ୍ଷ୍ୟ ରଖିଅଛି
ବିଶ୍ବକଅପ୍ ଜିତିବେ ।।୨।।
ସେହି ଲକ୍ଷ୍ୟ ନେଇ ଖେଳନ୍ତି ସଭିଏଁ
କିଏ ଜିତେ କିଏ ହାରେ
ହାରିବା ଜିତିବା ଖେଳରେ ତ ଥାଏ
ବନ୍ଧୁତ୍ବ କି କେବେ ମରେ ।।୩।।
ବିଶ୍ବକପ୍ ଆଣିଥିଲା
ସବୁଦେଶ ମଧ୍ୟେ ଭାରତ ଆମର
ଇତିହାସ ରଚିଥିଲା ।।୪।।
ଭାରତ ମାଆର ଯଶ ଗଉରବ
ଆଣିବେ ଆମ ଖେଳାଳି
ଏତିକି କାମନା କରୁଛି ପ୍ରାର୍ଥନା
ପ୍ରଭୁପାଦେ ମୋର ଅଳି ।।୫।।
