ବିଶ୍ବ ପରିବେଶ ଦିବସ
ବିଶ୍ବ ପରିବେଶ ଦିବସ
ସିଏ ଅନୁତାପ କରିଥିଲା
ନିଜର ନୀଚ୍ଚତା
ଆଉ ପିଲା ଦିନର ଅପକର୍ମ ପାଇଁ।
ସେ ତ ଅନେକ ବୃକ୍ଷକୁ ଛେଦନ କରିଛି
ଯାହା ନିଜେ ଲଗାଇନି
ଯିଏ ଦେଇ ଚାଲିଛି ପତ୍ର,ପୁଲ,ଫଳ,ଛାଇ,ଅମ୍ଳଜାନ ଆଉ ଆଉ କେତେ।
ବୃକ୍ଷଙ୍କ ଅବଦାନ
ପୂର୍ବ ପୁରୁଷଙ୍କ କୀର୍ତ୍ତି
ମୁକସାକ୍ଷୀ ହୋଇ ଏବେ ବି ଠିଆ ହୋଇଛନ୍ତି।
ସେ ଅଣ୍ଟା ଭିଡି଼ଲା କାହାକୁ କହିବ କିଆଁ
ନିଜେ କରି ଦେଖାଇ ଦେବାର ଏ ଅଦମ୍ଯ ଲାଳସା
ଯାହା ଜୀବନକୁ ଶାନ୍ତି ଆଣିଦେବ
ଗ୍ରହଣ କରିଥିବା ବୃକ୍ଷର ଏ ଦାନ
ଆଉ ପୂର୍ବ ପୁରୁଷଙ୍କ ଋଣ ସୁଝିବାକୁ।
ଡହଡ଼ହ ଖରାକୁ ଖାତିର ନାହିଁ
ରାସ୍ତା କଡ଼ ଆଉ ଛକ ଜାଗା ଦେଖି ଗଛ ଲଗାଉଛି
ମନ ଓ ହୃଦୟରେ ଅସରନ୍ତି ଶାନ୍ତି
ଯାହା ଜୀବନରେ କେବେ ପାଇନାହିଁ।
ହଠାତ୍ ବିଡି଼ଓଙ୍କ ସାକ୍ଷାତ
ସେ କାରରୁ ଓହ୍ଲାଇ କହିଲେ ମଉସା
ଏମିତି ଏ ଡହଡ଼ହ ଖରାରେ?
ବୃଦ୍ଧ କହିଲେ ବାପା
ଋଣ ସୁଝୁଛି ଯାହା ପୂର୍ବ ପୁରୁଷ ଦେଇ ଯାଇଛନ୍ତି
ବିଡି଼ଓ ବଲବଲ ଅନେଇଲେ
ଋଣ ସୁଝିବା କ'ଣ ଜଣା ନାହିଁ ତାଙ୍କୁ?
ସେ ପୁଣି କହିଲେ ବାପା
ପୂର୍ବଜଙ୍କ ଏ ଅକ୍ଷୟ କୀର୍ତ୍ତି ଯାହା ରଖି ଯାଇଛନ୍ତି
ଉପଭୋଗ କରିକରି ବୁଢା଼ ହୋଇଗଲି
ଏବେ ସମୟ ଆସିଛି
ଆଜି ବିଶ୍ବ ପରିବେଶ ଦିବସରେ
ଏ ମୋର ସାମାନ୍ଯ ପ୍ରୟାସ।
ବିଡି଼ଓଙ୍କ ଆଖିରେ ଆନନ୍ଦର ଲୁହ
ଯାହାଙ୍କୁ ପରିବେଶ ସଚେତନ
ଏବେ ବି ଜଣା ନାହିଁ
ସେ କୁଣ୍ଢାଇ ପକେଇଲେ ବୃଦ୍ଧଙ୍କୁ
ଆଉ ଧରାଇ ଦେଲେ ଏକଲକ୍ଷ ଟଙ୍କା
ବୃଦ୍ଧଙ୍କ ଆଖିରେ ଆନନ୍ଦର ଚିହ୍ନ
ଯେବେ ଜାଣିଲେ ତ ଗୋଡ଼ ତଳେ ପଡିଗଲେ
ବିଡିଓ କିନ୍ତୁ କୁଣ୍ଢାଇ
ସଚେତନ ପାଇଁ କୃତଜ୍ଞତା।
ବୃଦ୍ଧ ସବୁ ଟଙ୍କାରେ ଗଛ କିଣିଲା
ଆଉ ପର ଦିନଠୁ ଅଭିଯାନ ବୃକ୍ଷ ରୋପଣ
ଗାଁଁ'ର ଯୁବକ ଓ ଯୁବତୀ
ହାତ ମିଳାଇଲେ ବୃକ୍ଷ ଲଗାଇବା ପାଇଁ
ବୃଦ୍ଧଙ୍କର ପରମ ସନ୍ତୋଷ
ଜୀବନ ସାର୍ଥକ ହେଲା ବୋଲି
ଅନ୍ତରରେ ଈଶ୍ବରଙ୍କୁ ପ୍ରଣାମ ଓ କୋଟି ଧନ୍ଯବାଦ।
