Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Chittaranjan Nanda

Others

3  

Chittaranjan Nanda

Others

ବିଶ୍ବ ଡାକ୍ତର ଦିବସ ଉପଲକ୍ଷେ

ବିଶ୍ବ ଡାକ୍ତର ଦିବସ ଉପଲକ୍ଷେ

1 min
174


ଏକବିଂଶ ଶତାବ୍ଦୀରେ କରି ଅଛେ 

ଆମେ ପଦାର୍ପଣ

ବିଜ୍ଞାନ ଓ ବୁଦ୍ଧିରେ ମଣିଷର ବହୁ

ଉନ୍ନତି ହୋଇଛି ସାଧନ ।


ବିଜ୍ଞାନର ବିକାଶ ଫଳରେ ଯନ୍ତ୍ରର 

ଗୁରୁତ୍ୱ ପାଇଛି ବୃଦ୍ଧି

କୁଟୀର ଶିଳ୍ପର ହ୍ରାସ ହୁଏ, କଳ 

କାରଖାନା ହୁଏ ବୃଦ୍ଧି ।


କମି କମି ଆସେ ମାଧୁର୍ଯ୍ୟ ଭାବ

ହୃଦୟ ଭାବର ସ୍ବର

ମଣିଷ ହୋଇଛି ଯନ୍ତ୍ରଚାଳିତ, ବୁଡି

ଯାଉଛି ତୃପ୍ତିମୟ ସୁର ।


ନେଇଛେ ମଣିଷ ଜନମ, ଭରି ରହିଛି

ବିଭିନ୍ନ ରୋଗର ଦୁଃଖ

ଡାକ୍ତରର ଲୋଡ଼ା ଉପଚାର, ବିଜ୍ଞାନ ତ

ଆମକୁ ଦେଇଛି ଅନେକ ।


କି ଦିନ, କି ରାତି, ସ୍ଵାର୍ଥକୁ ଜଳାଞ୍ଜଳି ଦେଇ

ରୋଗୀ ଚିକିତ୍ସାରେ ଥାଏ ଡାକ୍ତର

ଦୃଢ଼ ସ୍ୱରରେ ବୋଲି ଥାଏ ତାଙ୍କୁ, ସେ ଏ

ସଂସାରରେ ଦ୍ବିତୀୟ ଈଶ୍ବର ।


ନିଷ୍ଠାପର ଭାବେ ଯିଏ କର୍ତ୍ତବ୍ୟ ତୁଲାଏ,

ଆମକୁ ନୂତନ ଜୀବନ ଦିଏ

ଡାକ୍ତର ହୁଅନ୍ତି ଆମ ପାଇଁ ସେ ଦେବଦୂତ, 

ତେଣୁ ଆପେ ମଥା ନଇଁଯାଏ ।


ଓଁ ଶୁଭଂ ଲାଭ ମନୋବୃତ୍ତି ଦ୍ୱାରା ମନୁଷ୍ୟ 

ମନରୁ ଲିଭୁଛି ନୈତିକତା 

ଆପେ ବଂଚିଲେ ବାପାର ନାମ, ଡାକ୍ତର ସାଜିଛି 

ଆଜି କଂସେଇ, ଏ କି ଆଧୁନିକତା ।

 

ଝରୁ ପ୍ରେମର ଧାର, ଭରୁ ରୋଗୀ ପ୍ରତି ଅନୁରାଗ,

ସେବା ହେଉ ବ୍ରତ ଜୀବନର 

ବିଶ୍ବ ଡାକ୍ତର ଦିବସ ଉପଲକ୍ଷେ, ବହୁ ସେହି ସୁଧା 

ସ୍ରୋତ, ଏତିକି ନିବେଦନ ମୋହର ।



Rate this content
Log in