Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Biswanath Nayak

Others

3  

Biswanath Nayak

Others

ବିଶ୍ଵାତ୍ମା

ବିଶ୍ଵାତ୍ମା

1 min
12.1K



ଆକାଶର

   ତୁମେ ତ ନୀଳିମା, 

ବନାନୀର

   ତୁମେ ସବୁଜିମା। 

ଶ୍ରାବଣର

   ତୁମେ ତ ବରଷା,

ବଣିକର

   ତୁମେ ହିଁ ବେଉସା। 

ତପନର

   ତୁମେ ତ ଆଲୋକ,

ଜୋଛନାର

   ତୁମେ ହିଁ ପୁଲକ। 

ତଟିନୀର

   ତୁମେ ଜଳଧାରା,

ନୟନର

   ତୁମେ ତ ଇସାରା। 

ମନ୍ଦିରରେ

   ତୁମେ ତ ଦେବତା। 

ସମୀରର

    ତୁମେ ଶୀତଳତା। 

ସଙ୍ଗୀତର

   ତୁମେ ପରା ସ୍ଵର,

ବୀଣାର ତ

   ତୁମେ ହିଁ ଝଙ୍କାର। 

କବିର ତ

   ତୁମେ ହିଁ କବିତ୍ଵ,

ଜନନୀର

   ତୁମେ ତ ମାତୃତ୍ଵ। 

ଗୁରୁ ଦେହେ

   ତୁମେ ଅଟ ଜ୍ଞାନ,

ସାଧକର

   ତୁମେ ପରା ଧ୍ୟାନ।

ଶରୀରରେ

   ତୁମେ ଅଟ ଆତ୍ମା,

ସର୍ବବ୍ୟାପୀ

    ତୁମେ ହେ ବିଶ୍ଵାତ୍ମା !



Rate this content
Log in