STORYMIRROR

sumita behera

Others

3  

sumita behera

Others

ବିଶ୍ୱ ଠାକୁର ହେ

ବିଶ୍ୱ ଠାକୁର ହେ

1 min
224


         

           

ପାହାନ୍ତି ସପନ ହୋଇଗଲା ସତ

ପ୍ରୀତିପୁଷ୍ପ ଫୁଟି ମହକିଲା,

ଦୁଆରେ ଉଭା ମୋ କାଳିଆ ସାଅନ୍ତ

ଦାସୀପଣ ଆଜି ଧନ୍ୟ ହେଲା।


ଅଶ୍ରୁ ମୁକୁତାରେ ଭାବ ସୁମନରେ

ଭକ୍ତି ଅର୍ଘ୍ୟ ତୁମ ପାଦେ ଢାଳିଲି

ହୃଦୟ ମୁକୁରେ ତୁମ ଛବି ଦେଖି

ତୁମ ପ୍ରୀତି ପାଇ ମୁଁ ନିସ୍ତରିଲି

ଯାହା ବି ଦେଇଛ ସବୁ ତ ପ୍ରସାଦ

ଅଭିଯୋଗ କେବେ କରି ନାହିଁ ।


ଜୀବନ ତରଣୀ ବାହି ନିଅ ପ୍ରଭୁ

ଆଉ ପାଇବାର ମୋହ ନାହିଁ,

ଅଳପ ନେଇ ଯେ ଅନେକ ପରଷେ

ବିଶ୍ୱନିୟନ୍ତା ସେ ବିଶ୍ୱ ଠାକୁର ,

କିଛି ହରେଇଲେ ହାହାକାର କିଆଁ

ପାଇଲେ ଭାବୁଛେ 'ମୋ' ଅଧିକାର!!


ମାଗିବାର କିଛି ଆଶା ନେଇ ନାଥ

ପାଶେ ତୁମ ଧାଇଁ ଯାଇଥିଲି,

ମୋହିନେଲା ମନ ସେ ଚକାନୟନ

ଯାହା ମନେ ଥିଲା ଭୁଲିଗଲି।।

      

       

           

                 

                       

          


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from sumita behera

ଧରା

ଧରା

1 min ପଢ଼ନ୍ତୁ

ମନ ରେ

ମନ ରେ

1 min ପଢ଼ନ୍ତୁ

ଆସ ନା

ଆସ ନା

1 min ପଢ଼ନ୍ତୁ

ସପନ

ସପନ

1 min ପଢ଼ନ୍ତୁ