STORYMIRROR

Ajit Kumar Raut

Others

4  

Ajit Kumar Raut

Others

ବିଶ୍ୱ ପର୍ଯ୍ୟାବରଣ ଦିବସ

ବିଶ୍ୱ ପର୍ଯ୍ୟାବରଣ ଦିବସ

1 min
226


ଆସ ଆସ ଭାଇ ଗଛ ଲଗେଇବା

ନିରୋଗ ଦେଶ କରିବା,

ଶୁଦ୍ଧ ଅମ୍ଳଜାନର ନିଅଣ୍ଟ ନ ହେଉ

ଗଛ ହିଁ ଲଗାଉଥିବା।


ପର୍ଯ୍ୟାବରଣ ହିଁ ଶୁଦ୍ଧଟି ହୋଇବ

ଗଛ ଲଗାଇବା ଯେବେ,

ନିରୋଗ ହୋଇବେ ସମ୍ପୂର୍ଣ୍ଣ ଜନତା

ଦେଶର ଗୌରବ ଦେବେ।୨।


ପାଠ୍ୟକ୍ରମ ହେଉ ପର୍ଯ୍ୟାବରଣ ପାଇଁ

ଜାଗ୍ରତ ହୋଇବେ ଜନ,

କର୍ତ୍ତ୍ୟବ୍ୟକୁ ବୁଝି ଗଛ ଲଗେଇବା

ଜନ୍ମମାଟି ହେବ ଧନ୍ୟ।୩।


ସବୁ କିଛି ହେବ ସନ୍ତୁଳିତ ତେବେ

ଗଛ ଲାଗିବଟି ଯେବେ,

ପର୍ଯ୍ୟାବରଣ ହିଁ ସୁଗନ୍ଧିତ ହେବ

ନ ରହିବ ରୋଗ କେବେ।୪।


ଜାଗ୍ରତ କରିବା ଜନତାଙ୍କୁ ନିତ୍ୟେ

ନିରୋଗ ହେବାର ପାଇଁ,

ଗଛ ଲଗେଇଲେ ସେ କାର୍ଯ୍ୟ ହିଁ ହେବ

ଜୀବନ ନିରୋଗ ପାଇଁ।୫।


ପବିତ୍ର ଦିବସେ ଶୁଭକାମନାଟି

ଦେଶବାସୀଙ୍କୁଟି ମୋର,

ଶୁଭକାମନାଟି ବିଶ୍ୱର ଜନଙ୍କୁ

ବିଚ୍ଛିନ୍ନାଚଳରୁ ମୋର।୬।


ଗଛ ଲଗେଇବ କର୍ତ୍ତବ୍ୟ କରିବା

ଦେଶର ଜନତା ପାଇଁ,

ଧର୍ମ ହିଁ ଆମର ଜନକଲ୍ୟାଣରେ

ଗଛ ଲଗାଇବା ପାଇଁ।।୭।


ଆସ ଆସ ଭାଇ ଗଛ ଲଗେଇବା

ନିରୋଗ ଦେଶ କରିବା,

ଶୁଦ୍ଧ ଅମ୍ଳଜାନର ନିଅଣ୍ଟ ନ ହେଉ

ଗଛ ହିଁ ଲଗାଉ ଥିବା।୮।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍