ବିଶ୍ଵ ନିୟନ୍ତା
ବିଶ୍ଵ ନିୟନ୍ତା
1 min
252
ରହସ୍ୟ ଘେରରେ ସଂସାରଟା ଆଜି ଠାକୁର
ରହସ୍ୟ ମୟ ଆଦ୍ୟ ପ୍ରାନ୍ତ କିଛି
ଖୋଜିଲେ ମିଳେ ନି ଭିନ୍ନ ତାର ପରିଚୟ । ୧
ବିଶ୍ଵ ନିୟନ୍ତା ସେ ପରମ ଦୟାଳୁ ମହିମା ତାର ଅପାର
ପାଷାଣର ଦେହ ଧରିଛି ସିନା ସେ
ତା ଲାଗି ବିଶ୍ଵ ଚଞ୍ଚଳ । ୨
ଅଧା ଗଢା ସିଏ ହାତ ଗୋଡ଼ ନାହିଁ
ସାରା ସଂସାର ବୁଲୁଛି
କାନ ନାହିଁ ସିନା ଥରେ ଡାକି ଦେଲେ
ନିଶ୍ଚୟ ସିଏ ଶୁଣୁ ଛି । ୩
ଅନ୍ତର ବେଦନା ଖୋଲିଦେଲେ ଥରେ
ତା ମନ ଭାରି ବିକଳ
ଭକତର ଦୁଃଖ ସମ୍ଭାଳି ପାରେନି
କଥା କୁହା ସେ ଠାକୁର। ୪
ତାର ଶ୍ରୀ ପୟରେ ଶରଣ ପଶିବୁ
ଯାତ୍ରା ତୁ ସୁଖେ ଲଂଘିବୁ
ବିନାଶ କାଳରେ ସିଏ ଏକା ସାହା
ପରମ ଦୟାଳୁ ପ୍ରଭୂ । ୫
