STORYMIRROR

BISWESWAR MAJHI

Others

4  

BISWESWAR MAJHI

Others

ବିଶ୍ୱ ବାତାୟନେ ଶିଳ୍ପୀକରଣ

ବିଶ୍ୱ ବାତାୟନେ ଶିଳ୍ପୀକରଣ

1 min
114

ହିଂସ୍ର ପଶୁ ଭୟେ ଜଙ୍ଗଲ କାଟି ବସତି ସ୍ଥାପନ ହେଲା

ଚାଳଘର ଖପରଲି ଘର ପୁଣି କୋଠା ଘର ମାନ କଲା ।

ବାସ ସ୍ଥାନ ବସ୍ତ୍ର ବିଦ୍ୟା ଶିକ୍ଷା ପୁଣି ମନୋରଞ୍ଜନ କ୍ଷେତ୍ର

ହାତ ଗଢା ସବୁ ଅସମ୍ଭବ ହେଲା ମଣିଷ ଶକ୍ତି ସୀମିତ।


କୁଶଳୀ ଶ୍ରମିକ ସୃଷ୍ଟି କଲେ ତହୁଁ ହାତ ହତିଆର ଯନ୍ତ୍ର

ଯନ୍ତ୍ର ସଭ୍ୟତା ଦୃତ ପ୍ରଗତିରେ ଶିଳ୍ପୀକରଣ ତନ୍ତ୍ର।

ବଜାରୀକରଣ ବିକାଶ ଘଟିଲା ଚାହିଦା ତିଆରି ହେଲା

ଅତ୍ୟାବଶ୍ୟକିୟ ସୌଖୀନ ଶବ୍ଦର ସଜ୍ଞା ବଦଳି ଗଲା ।


ବିକଶିତ ପୁଣି ବିକାଶଶୀଳର ଚରମ ଦ୍ୱାହି ଦେଇ

ବସ୍ତୁବାଦର ଶକ୍ତ ପଞ୍ଝାରୁ ମଣିଷର ମୁକ୍ତି କାହିଁ !

କଞ୍ଚାମାଲ ଆଣି ପ୍ରକ୍ରିୟାକରଣ କରି କାରଖାନା ମାନ

ଦେଶ ବିଦେଶକୁ ରପ୍ତାନୀ କଲେ ବଢିଲା ଅର୍ଥର ମାନ ।


ଖଣିର ଖନନ ପ୍ରକ୍ରିୟାକରଣ କଲା ବୃଦ୍ଧି ପ୍ରଦୂଷଣ

ନଭ ଜଳ ସ୍ଥଳ ପ୍ରଦୂଷିତ ହେଲା ମାହାର୍ଗ ଟି ଅମ୍ଳଯାନ। 

ବିକଶିତ ଦେଶ ବିକାଶଶୀଳକୁ ସ୍ଥାନାନ୍ତର କରି ଧୂଆଁ 

ଆପଣା ଦେଶକୁ ସୁରକ୍ଷିତ କଲେ କୁଟନୀତି ନୂଆ ନୂଆ ।


ଆଧୁନିକ ବିଶ୍ୱ ସଭ୍ୟତା ସମ୍ଭବ ସମୁନ୍ନତ କଉଶଳ

ନଭଶ୍ଚୁମ୍ବି ଅଟ୍ଟାଳିକା ମହାକାଶ ଯାତ୍ରା ଯୁଦ୍ଧର ବଳ ।

କରୋନା ଘାତରେ ସ୍ତବ୍ଧ ପୃଥିବୀ ସାରା ବିଶ୍ବେ ନୀରବତା

ପ୍ରଦୂଷଣ ନାହିଁ ରୋଜଗାର ନାହିଁ ଅଛି ଖାଲି ବିବଶତା ।


ଲାଗୁଛି ପ୍ରକୃତି କର ଲେଉଟାଏ ସତ୍ୟର ଜୟଗାନ

କରୋନା କରୁଛି ଶୁଭ ଶଙ୍ଖନାଦ ନୂତନର ଆବାହନ ।

ବାପୁଜୀଙ୍କ ବାଣୀ କୁଟୀର ଶିଳ୍ପରେ ପଞ୍ଚାୟତିରାଜ ଦ୍ୱାରା

ସହରୀକରଣ ଅବକ୍ଷୟ ପ୍ରତିରୋଧ ପ୍ରଦୂଷଣ ଭରା ।

    


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍