STORYMIRROR

BISWESWAR MAJHI

Others

3  

BISWESWAR MAJHI

Others

ବିଶ୍ୱ ଭ୍ରାତୃତ୍ୱର ଦ୍ୱାହି

ବିଶ୍ୱ ଭ୍ରାତୃତ୍ୱର ଦ୍ୱାହି

1 min
11.8K


ବିଶ୍ୱ ଭ୍ରାତୃତ୍ୱର ମହାନ ବାରତା 

      ଧରମର ମୂଳ ମନ୍ତ୍ର

ବସୁଧୈବ କୁଟୁମ୍ବକମ୍ ଗାଥା 

     ଆମ ବେଦବାଣୀ ସନ୍ତ୍ର।

 

ପଡୋଶୀକୁ ନିଜ ପରି ଭଲପାଅ 

      ଖ୍ରୀଷ୍ଟ ଧରମର ବାଣୀ

ଆନ ଜନ ପାଇଁ ସହନଶୀଳତା 

       ମହମ୍ମଦ ପରମାଣି।


ବଳଂ ଭ୍ରାତୃ ବଳାନ୍ୱିତ ନାନ୍ୟ ବଳଂ

      ମାନିଲେ ସ୍ୱୟଂ ଶ୍ରୀରାମ

ଲକ୍ଷ୍ମଣ ବଳରେ ଲଙ୍କାଗଡ ଜିଣି

      ହୋଇଲେ ସଫଳକାମ।


ବାଳୀ ସୁଗ୍ରୀବକୁ ଅବିଶ୍ବାସ କରି 

      ରାଜ୍ୟରୁ ବାହାର କଲା

ଭାଇ ଭାଇ ଦ୍ୱନ୍ଦ୍ୱ ଯୁଦ୍ଧ ପରିଣତି 

    ରାମ ବାଣେ ହତ ହେଲା।


ସ୍ୱର୍ଣମୟୀ ଲଙ୍କା ଭୋଗ କରୁଥିଲା

        ମହାବଳୀ ଦଶାନନ

ବିଭୀଷଣ ପରି ଭାଇକୁ ଛାଡିଲା 

      ସବଂଶେ ହେଲା ନିଧନ।

 

ଭରତ ଭ୍ରାତାଙ୍କ ପାଇଁ ରାଜଭୋଗ 

    ତ୍ୟାଗ କରି ହେଲେ ଯୋଗୀ

ନନ୍ଦୀଗ୍ରାମ ଠାରେ ପାଦୁକା 

    ସଂସ୍ଥାପି ଚଉଦ ବରଷ ଜଗି ।


ସର୍ବେ ଭବନ୍ତୁ ସୁଖିନଃ ମନ୍ତ୍ରରେ 

      ଭାତୃଭାବ ବ୍ୟାପି ଯାଏ

ଭାରତୀୟ ହୋଇ ଭୁଲିଲୁ ସେ କଥା

       ବସ୍ତୁବାଦର ମୋହେ।


ମୋ ଜୀବନ ପଛେ ନର୍କେ ପଡିଥାଉ

         ଜଗତ ଉଦ୍ଧାର ହେଉ

ଜାତିସଂଘ ଠାରେ ଭୀମଭୋଇ ଲେଖା

         ବିଶ୍ୱ ଭ୍ରାତୃତ୍ୱର ମହୁ।


ହେ ମୋ ଆମେରିକୀୟ ଭାଇ ଭଉଣୀ

        ଉଦାତ୍ତ କଣ୍ଠରେ କହି

ସ୍ୱାମୀ ବିବେକାନନ୍ଦ ଚିକାଗୋରେ ବିଶ୍ୱ

         ଭ୍ରାତୃତ୍ୱକୁ ଅବଗାହି।


ଯୋଗାଯୋଗ ଆଜି ବିଶ୍ଵକୁ କରିଛି

         ପଡିଶାରେ ପରିଣତ

ସଙ୍କୀର୍ଣ ମନରେ ଆବିଳତା ଭରି

       କି କହି ବିଶ୍ୱ ଭ୍ରାତୃତ୍ୱ !


ହୀନ ରାଜନୀତି ଗାଆଁରେ ଗାଆଁରେ

          ବୁଣିଲା ବିଷର ମଞ୍ଜି

ଭାଇର ରକତେ ହୋରି ଖେଳିବାକୁ

        ଭାଇ ଲଗାଉଛି ବାଜି।


ବିଶ୍ୱ ଭ୍ରାତୃତ୍ୱକୁ ଭୁଲି ବିଶ୍ୱଯୁଦ୍ଧ 

       ଦୁଇ ଦୁଇ ଥର ହେଲା

ହୀରୋସୀମା ନାଗାସାକି ନଗ୍ର ଦୁଇ 

       ଧ୍ୱଂସ ସ୍ତୁପ ପାଲଟିଲା।


ଭ୍ରାତୃତ୍ୱର ବାର୍ତ୍ତା ଭୁଲି ଜର୍ମାନୀରେ 

        ବର୍ଲିନ ପ୍ରାଚୀର ଛିଡା

ଅଠର ବରଷ ପରେ ଉନେଇଶ

      ଅଣାନବେରେ ଭାଙ୍ଗିଲା।

 

ଉତ୍ତର କୋରିଆ ଦକ୍ଷିଣ କୋରିଆ 

         ଯୁଗ ଯୁଗରୁ ବିଛିନ୍ନ

ଭିନ୍ନ ବିଚାରଧାରାରେ ଭାଗ ହୋଇ

       ଏକ ଦେଶ ହେଲା ଭିନ୍ନ।

 

ବିଶାଳ ଭୁଖଣ୍ଡ ମୋ ଦେଶ ଭାରତ

         ପରାଧୀନତାରୁ ମୁକ୍ତ

ଦୁଇ ଖଣ୍ଡ ହୋଇ ପୁଣି ତିନି ଖଣ୍ଡ 

       କାହିଁ ଗଲା ସେ ଭ୍ରାତୃତ୍ୱ !


ଚବିଶ ମଇରେ ବିଶ୍ବ ପାଳୁଛି

       ଭ୍ରାତୃତ୍ୱର ମହାଗାଥା

ପାଳନରେ ଖାଲି କର୍ତ୍ତବ୍ୟ ସରୁଛି

       ଭ୍ରାତୃତ୍ୱ କୋଡୁଛି ମଥା।


ପଡୋଶୀ ସହିତ ସମ୍ପର୍କ ବିଗିଡା 

       ବିଶାଳ ସେନା ବାହିନୀ

ବିକାଶ ମାର୍ଗରେ ବିନିଯୋଗ ହୋନ୍ତା

        ଭ୍ରାତୃତ୍ୱ ପାରନ୍ତା ଜିଣି ।

 

ଭ୍ରାତୃତ୍ୱର ଡୋର ଶିଥିଳ ହେଲାଣି

       ଭାଇ ଭାଗ ଛିଡେ ନାହିଁ

ଜନ୍ମ ଦାତା ଭାଗ ହୁଅନ୍ତି ସମ୍ପତ୍ତି

       ଭାଗ ଯହିଁ ହେଉଥାଇ।

 

ଭଉଣୀ ବାନ୍ଧୁଛି ଭାଇ ହାତେ ରାକ୍ଷୀ 

        ଭାଇ ଜିଉନ୍ତିଆ ପାଳେ

ଭାଇ ବନ୍ଧା ହୁଏ ପତ୍ନୀର ପଲୁରେ

       ଭଉଣୀ ବିପଦ ବେଳେ।


ପଶୁ ସମାଜରେ ଭ୍ରାତୃତ୍ୱର ବାର୍ତ୍ତା 

         ଘଟୁଛି ଦୃତ ବିକାଶ

ଭ୍ରାତୃତ୍ୱର ପରିଭାଷା ବୁଝିବାକୁ 

         ଅସମର୍ଥ ଏ ମଣିଷ !



Rate this content
Log in