Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Hrushikesh Satpathy

Others

3  

Hrushikesh Satpathy

Others

ବିଶ୍ୱ ଭାରତୀ ଭୂସ୍ବର୍ଗ

ବିଶ୍ୱ ଭାରତୀ ଭୂସ୍ବର୍ଗ

1 min
297


ବାର ମାସେ ତେର ପରବ ବଉଳ

    ଓଡିଶା ଆମ ଗରବ ।

ଗରବ ନୁହେଁ ଲୋ ସ୍ବର୍ଣ୍ଣାଭ ସଂସ୍କୃତି

   ଐତିହ୍ୟ ଭରା ପରବ ।।


ଜଗତର ନାଥ   ପ୍ରଭୁ ଜଗନ୍ନାଥ

   ଐତିହ୍ୟର ସ୍ୱୟଂ ସାକ୍ଷୀ ।

ତୀର୍ଥଧାମ ପୁରୀ ଶ୍ରୀକ୍ଷେତ୍ର ଦେଖିଲେ

    ଆଖି ରହିଯାଏ ଲାଖି ।।


ମନ୍ଦିରମାଳିନୀ   ଭୁବନେଶ୍ୱର ବି

    ପରମ୍ପରାରେ ପ୍ରସିଦ୍ଧ ।

ଚାରୁ ଚନ୍ଦ୍ରଭାଗା ଅର୍କ ଶ୍ରୀ କୋଣାର୍କ

    ମାଟିର ମହାପ୍ରସାଦ ।।


ପୂର୍ବ ଉପକୂଳ    ପଶ୍ଚିମ ଓଡିଶା

    ଉତ୍ତର ଅବା ଦକ୍ଷିଣ ।

ପରବେ ଗରବେ  ଉଛୁଳି ଉଠଇ

    ବରଷ ଯାକ ପାର୍ବଣ ।।


କାର୍ତ୍ତିକ ମାସରେ ପର୍ବ ପଞ୍ଚୁକ ଲୋ

   ଲୋକେ କରନ୍ତି ହବିଷ ।

ଧରମ କରମ   ଉଭୟ ଉପରେ

   ମନେ ପଡେ ଇତିହାସ ।।


ପୂର୍ଣ୍ଣମୀ ତିଥିରେ ଶୁଭ ମୁହୂର୍ତ୍ତରେ

    ଓଡ଼ିଆ ବଣିକ ଭାଇ ।

ଦେଶ ବିଦେଶକୁ ବେପାର ପାଇଁକି

   ଯାଉଥିଲେ ଦ୍ରବ୍ୟ ନେଇ ।।


ସାଧବ ବୋହୂଙ୍କ ହୁଳହୁଳି ଶବ୍ଦେ

    ସମୃଦ୍ଧ ସାଗର ତଟ ।

ମନେ ପଡେ ସେଇ କୀର୍ତ୍ତି ଗଉରବ

   ରାଜକୀୟ ସେ ଉଚ୍ଚାଟ ।।


ସାକ୍ଷୀ ଗୋପୀନାଥ ନବମୀ ଲଗ୍ନରେ

    ରାଧା ପାଦ ଦରଶନେ ।

ପୁଣ୍ୟ ପ୍ରାପ୍ତି ପାଇଁ ଧାଡି ଧାଡି ହୋଇ

   ଲୋକଙ୍କର ଭିଡ଼ ଜମେ ।।


ସତେ ଲୋ ବଉଳ ଆମ ଏ ଉତ୍କଳ

    ପର୍ବ ପର୍ବାଣିର ଗର୍ବ ।

ଚିର ସ୍ମରଣୀୟ  ଚିର ବନ୍ଦନୀୟ

    ବିଶ୍ୱ ଭାରତୀ ଭୂସ୍ବର୍ଗ ।।


ଚନ୍ଦ୍ରଭାଗା ତୀରେ ଏବେ ବି ଶୁଭୁଛି

    ପୂର୍ବ ପୁରୁଷ ସଙ୍ଗୀତ ।

ବୋଇତ ବନ୍ଦାଣ ମହା ଉତ୍ସବରେ

    ଚଉଦିଗ ମୁଖରିତ ।।


ଆ ଲୋ ବଉଳ  ମିଶିକି ଗାଇବା

    ଜାତି ସ୍ୱର୍ଣ୍ଣ ଇତିହାସ ।

ଉତ୍କଳୀୟ ଜାତି ଏ ଜାତିର ପ୍ରୀତି

   ଆମ ପାଇଁ ନନ୍ଦିଘୋଷ ।।


Rate this content
Log in