STORYMIRROR

Narayan chandra Senapati

Others

2  

Narayan chandra Senapati

Others

ବିଶ୍ୱାସର ତୀର

ବିଶ୍ୱାସର ତୀର

1 min
516


ନୁହେଁ ସେ ଅର୍ଜୁନ ନୁହଁ ଏକଲବ୍ୟ

ନୁହଁ ଦକ୍ଷ ବୀର କର୍ଣ୍ଣ,

ସାଜିନି ଶ୍ରୀରାମ କରିବ ନିଧନ

ଲଙ୍କାର ବୀର ରାବଣ।


ନୁହଁ ଇନ୍ଦ୍ରଜିତ ବଜ୍ର ସମ ବାଣେ

ଭେଦାଇବ ଶତ୍ରୁ ବକ୍ଷ,

ତଥାପି ଧନୁରେ ତୀର ଯୋଖି କହେ

ହେବ କି ମୋ ସମକକ୍ଷ ?


ଅନ୍ଧାର ବଳୟ ତଳେ ନୀଳାକାଶ

ତାତୀରେ ରକ୍ତ ତପନ,

ତାର ପାଶେ ଉଭା ହଳଦୀ ବର୍ଣ୍ଣକୁ

ନିଶ୍ଚେ ବିନ୍ଧିବ ତକ୍ଷଣ।


ଗୋଟି ଗୋଟି କରି ଅଠରଟି ଶର

କରିପାରିଲାନି ଭେଦ,

ଭାବିଛି ଅନ୍ତିମ ଉଣେଇସି ତୀରେ

କରି ଦେବି ପୁର୍ଣ୍ଣଚ୍ଛେଦ।


ପାରିଲାନି ଯାହା ଅଠର ବରଷେ

କଳେ ବଳେ କଉଶଳେ,

ଉଣେଇସି ବର୍ଷେ ହେବ କି ସଫଳ

ଥରା ଛାତି ଶ୍ଵାସ ବଳେ ?


ଅସମ୍ଭବ ବୋଲି ଦୁନିଆଁ ଗରଭେ

ତିଳେ ମାତ୍ର ଲେଖାନାହିଁ,

ଧୈର୍ଯ୍ୟ ପାହାଡ଼ରେ ସହନ ସାଗରେ

ତ୍ରିକାଳକୁ ଦେବା ଛୁଇଁ।


ଦୁନିଆଁ ଜୀବନେ ଚକ୍ରି ରଙ୍ଗମଞ୍ଚେ

ବିଶ୍ୱାସର ତୀର ମାରି,

ପ୍ରତିଜ୍ଞା ପୂରଣ କରିବା ନିଶ୍ଚୟ

ଆଶାର ଝଲକ ଧରି।


ଚକ୍ରିଖେଳ ସିନା ଦିଅଇ ଆମୋଦ

ଲକ୍ଷ୍ୟରେ ଥାଏ ଅମୃତ,

ଆତ୍ମ ବିଶ୍ୱାସରେ ନିଷ୍ଠା ପରଶିଲେ

ଧରିବା ବିଜୟ ହାତ।


ଶରୀର ମନର ସଂହତି ବନ୍ଧରେ

ଅଭ୍ୟାସ ଦୀପାଳି ଜାଳି,

ଅନ୍ତରେ ଦ୍ରୋଣ ଓ ପର୍ଶୁରାମ ସ୍ମରି

ଜିତି ହେବା ମହବଳି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍