STORYMIRROR

Tonish Rohidas

Children Stories Children

3  

Tonish Rohidas

Children Stories Children

ବିଶ୍ୱାସ

ବିଶ୍ୱାସ

1 min
237


ନିଜ ଉପରେ ଥିଲେ ବିଶ୍ୱାସ

 ଯେତେ ବଡ଼ ହେଉ ସେ ଆଶା

ସଫଳ ହୋଇ ଯିବ ସବୁ କାର୍ଯ୍ୟ

 ଲାଗିବନି କାହାରି ଭରସା

ନ ଲାଗେ ଏଠି ଧନ କି ସମ୍ପତ୍ତି

 ନିଜ ଜ୍ଞାନ ବଲ ବୁଦ୍ଧି ଥିଲେ।

ସବୁ କାର୍ଯ୍ୟ ରେ ହୋଇଯିବ ସଫଳ

ମନ ଯାହା ଚାହିଁବ ତାହା ମିଲେ।

ନିଜ ହାତ ରେ ଥିଲେ ଭରସା

ଅନ୍ୟ ଙ୍କୁ କାହିଁକି କରିବା ଆଶା।

ପଥର ପରି ହୃଦୟ ଯାହାର

 କପାଳେ ଲେଖା ହୋଇ ଥାଏ ତାହାର।

ଜିତିବା ପାଇଁ ସେ କରେ କେତେ କାମ।

ହାରି ଯାଇ ମନକୁ ଯଦି ଦୁଃଖ ଦେବା

ସେ ନୁହଁଇ କର୍ମ।

ଯେଉଁ ମଣିଷ ନିଜେ କର୍ମ କରିବ,

ସେହି ଦିନେ ତାର ନିଶ୍ଚିତ ଫଳ ପାଇବ।

ନିଜ କର୍ମ ବଳେ ମୁକ୍ତି ଲୋଭିବ

ଆଶା ଭରସା ରେ ଦୁନିଆ ଚାଲିବ।

ଜୀବନ ଯୁଦ୍ଧ ରେ ହାରିବା ଲୋକ

କେବେ ସଫଳ ହେବନାହିଁ।

ସଂଘର୍ଷ କରିବା ପାଇଁ ଯିଏ କରିଦିଏ

ନିଜକୁ ବାଜି, ସେ କେବେ ହାରେ ନାହିଁ।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍