STORYMIRROR

Narayan chandra Senapati

Others

4.3  

Narayan chandra Senapati

Others

ବିଶ୍ୱାସ

ବିଶ୍ୱାସ

1 min
444



ଆଶା ଭରସାର ଆଶ୍ୱାସନା ତୁହି

ଜିଗୀଷାର ଉଦ୍ଦୀପନା


ସାହସର ମେଘମହ୍ଲାର ସାଜୁ

ଆନନ୍ଦର ଉଦ୍ଦୀପନା।


ସ୍ନେହ ପ୍ରେମ ଭରା ଫୁଲ ପସରା ତୁ

ବାସନାର ଗନ୍ତାଘର


ମାନ ଅଭିମାନ ଲୁଚକାଳି ଖେଳୁ

ପ୍ରୀତି ଦେଇ ଉପହାର।


ରକ୍ତର, ନିଜର, ଆତ୍ମୀୟସ୍ଵଜନ

କିବା ଅଜଣା ଓ ପର


ଶ୍ରଦ୍ଧାରେ ଯେ ଡାକେ ଧାଉଁ ତାର ପାଶେ

କି ସୁନ୍ଦର ତୋ ବିଚାର !


ପ୍ରେମ ବୋଳା କଥା ହସ ହସ ମୁହଁ

ଆମାୟିକ ଆଚରଣ


ଦେଖି ଉତ୍ଫୁଲ୍ଲରେ ଧାଉଁ ତାର ପାଶେ

କରୁ ଜୀବନେ ସ୍ମରଣ ।


ତୁହିତ ଜୀବନ ତୁ ପ୍ରାଣ ସ୍ପନ୍ଦନ

ଅମାପ ବଳ ଭଣ୍ଡାର


ସାଥେ ତୁରେ ଥିଲେ ହିମାଳୟ ଛୁଉଁ

ଲଙ୍ଘୁ ଅତଳ ସାଗର।


ତୁ ଆମ ନିଃଶ୍ୱାସ ସଫଳର ଶ୍ଵାସ

ରଚୁ ଭାଗ୍ୟ ଇତିହାସ


କୁହୁକେ ସାଜୁ ତୁ ବିଶାଳ ନିର୍ମାତା

ଧନ୍ୟ ବିଚିତ୍ର ପ୍ରୟାସ।


ତୁ ମୋର ତୁଳସୀ ତୁ ମୋର ଚନ୍ଦନ

ଆକାଂକ୍ଷାର ସଂଜବତୀ


ଆନ୍ତରିକତାର ତୁ ପବିତ୍ର ବନ୍ଧନ

ନାଚୁ କିବା ଦିବା ରାତ୍ରି।


ତୋତେ ଯେ ହରାଏ ସର୍ବସ୍ୱନ୍ତ ହୁଏ

ମରିଯାଏ ଆଶା ଜହ୍ନ


ବଞ୍ଚି ଥାଇ ମରେ ପ୍ରତିକ୍ଷଣେ ହାରେ

କ୍ଷୀଣ କରି ତୋଫା ମନ।


ତିନି ଅକ୍ଷରର ତ୍ରିଭୁବନ ସ୍ୱାମୀ

ତୋ ବିନା ସଂସାର ଅନ୍ଧ


ଚିର ନିଦ୍ରାରେ ତୁ ବିସର୍ଜନେ ଗଲେ

ପ୍ରାଣ ହରାଏ ସୁଗନ୍ଧ।


*ନାରାୟଣ ଚନ୍ଦ୍ର ସେନାପତି,ଜମ୍ଭରା,କେନ୍ଦୁଝର*


Rate this content
Log in