STORYMIRROR

Pranati Mahapatra

Others

2  

Pranati Mahapatra

Others

ବିଶ୍ୱାସ

ବିଶ୍ୱାସ

1 min
14.5K


ବିଶ୍ୱାସ 

ଅଟଳ ମହାମେରୁ,

ଅଚଳ ଗିରିଶୃଙ୍ଗ ,

ସାତ କଥାରେ ସତୀ ଭୁଲେ ସିନା,

ଅବିଶ୍ଵାସ କରି ହୁଏ ନା ,

ପ୍ରକୃତ ସମ୍ପର୍କ ଥାଏ,

ନ ଥାଏ ଦେହରେ,

ଭୋକରେ,

କି ଶୋଷରେ।

ଥାଏ, ମନରେ,

ହୃଦୟରେ,

ଆଉ ବିଶ୍ୱାସରେ ।

ନା ଗଢାହୁଏ 

ବାଲିରେ,

ସିମେଣ୍ଟରେ,

କି ମାଟିରେ ।

ଗଢାହୁଏ,

ସ୍ନେହ,

ଶ୍ରଦ୍ଧା,

ମମତା,

ଆଉ ପ୍ରେମରେ।

କାହା କାନ୍ଧରେ ବନ୍ଧୁକ ରଖି ନୁହେଁ,

ଯୋଦ୍ଧା ସୈନିକ

ଯୁଦ୍ଧ ପାଇଁ ପଶ୍ଚାତପଦ ହୁଏନାହିଁ,

ନିଜ କାନ୍ଧରେ ବନ୍ଧୁକ ରଖି

ଯୁଦ୍ଧ କ୍ଷେତ୍ରରେ ଦଣ୍ଡାୟମାନ,

ଯାହା ମଜବୁତ ହୁଏ,

ଯଦି,ଅଲକ୍ଷ୍ମୀର ପ୍ରବେଶ ହୁଏ

ଅସତ୍ୟର ରାଜ୍ ଚାଲେ,

ଅଧର୍ମ ଅତିଥି ହୁଏ,

ତେବେ ଖୁବ୍ ଶୀଘ୍ର ପ୍ରବେଶ

ଆଉ ଖୁବ୍ ଶୀଘ୍ର ପ୍ରସ୍ଥାନ ହୁଏ।

ତଥାପି ସତ୍ୟର ବିଜୟ ସୁନିଶ୍ଚିତ,

ଟିକେ ବିଳମ୍ବରେ,

କଷ୍ଟରେ ,

ହେଲେ ରହେ ବହୁତ ଦିନ,

ଏମିତିକି ସବୁଦିନ,

ଦେହରେ ରକ୍ତ,ମାଂସ ଆଉ,

ପିଣ୍ଡରେ,ପ୍ରାଣ ଥିବା ଯାଏ,

ସ୍ପନ୍ଦନ ହେଉଥିବା ଯାଏ,

କାରଣ ?

ବିଶ୍ୱାସ 

ଅଟଳ ମହାମେରୁ,

ଅଚଳ ଗିରିଶୃଙ୍ଗ।

 ଶିକ୍ଷୟିତ୍ରୀ

 ପ୍ରଣତି ମହାପାତ୍ର

 ବାଲେଶ୍ୱର ।


Rate this content
Log in