STORYMIRROR

rasmi maye pati

Others

3  

rasmi maye pati

Others

ବିଶ୍ୱାସ ର ସେତୁ ବନ୍ଧ

ବିଶ୍ୱାସ ର ସେତୁ ବନ୍ଧ

1 min
26

ବିଶ୍ୱାସର ସେତୁବନ୍ଧ

ତୁମ ପ୍ରଭୂ ପଣିଆଁକୁ ଧନ୍ୟ ପ୍ରଭୂ ମୋର

ଭୃତ୍ୟ ପଣିଆଁକୁ ଧନ୍ୟ

ବିଶ୍ୱାସର ଏକ ସେତୁ ମୋର ହୃଦେ 

ପ୍ରଭୂ ସତରେ କେଡେ ମହାନ୍

ତୁମ ମାଲିକ ପଣିଆଁ ଧନ୍ୟ ପ୍ରଭୂ 

ମୋର ଦାସ ପଣିଆକୁ ଧନ୍ୟ

    ଦବ ବୋଲି ଦା ତା ସ୍ୱପ୍ନ ଦେଖାଇଲ

  ପାଚିଲା ଆମ୍ବର ବାସ ଦେଖାଇଲ

  ରସାଳ ଗହଳେ ନେଇ ଛାଡ଼ି ଦେଲ

 ଆମ୍ବ ଡାଳ ଫଳକୁ ହାତେ ଧରାଇଲ

ଜାଣି ପାରିଲିନି ବୋଧେ ଠକିଦେଲ 

   ତଥାପି ଏ ଭୃତ୍ୟ କୃତ୍ୟ କୃତ୍ୟ ହୋଇ

ଆକଣ୍ଠେ ପ୍ରସାଦ ଗ୍ରାସ କରୁଥାଇ

  ଗୋଲ ମରିଚକୁ ମିଶିରିଟେ କହି

 ସ୍ୱପ୍ନ ପରେ ସ୍ୱପ୍ନ କେତେ ଦେଖୁଥାଇ

 ବିଶ୍ଵସ୍ତ ସେବକ ତୁମ ପଛେ ରହି

 ତବ ଆଜ୍ଞା ପ୍ରଭୂ ଶିରୋଧାର୍ଯ୍ୟ କହି

  ତୁମ ଦାତା ପଣିଆକୁ ଧନ୍ୟ ପ୍ରଭୂ 

ମୋର ସେବକ ପଣିଆ ଧନ୍ୟ

  ବିଶ୍ୱାସର ଏକ ସେତୁ ମୋର ହୃଦେ 

  ସତେ ମୋର ପ୍ରଭୂ କେଡେ ମହାନ୍

ତୁମ ମାଲିକ ପଣିଆ ଧନ୍ୟ ପ୍ରଭୂ ମୋର 

  ମୋର ଦାସ ପଣିଆକୁ ଧନ୍ୟ 


      



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍