STORYMIRROR

BISWESWAR MAJHI

Others

4  

BISWESWAR MAJHI

Others

ବିରଳ ସାଧକ ମାରୁତୀ

ବିରଳ ସାଧକ ମାରୁତୀ

1 min
253

ବାନର ମନର ଚପଳତା ନେଇ

ବାଳକାଳେ ଡେଇଁ ବାଳାରୁଣ ଖାଇ ।

ଶଙ୍କର ପ୍ରତିମ କେଶରୀ ନନ୍ଦନ

ଅଞ୍ଚନା ତନୟ ପ୍ରଭୁ ହନୁମାନ।


ରାମ ନାମ ନେଇ ରାମ କାର୍ଯ୍ୟ କର

ମହା ଶକତିକୁ ତିଳେ ନାହିଁ ଡର ।

ଲମ୍ଫଦେଇ ହେଳେ ସିନ୍ଧୁ ଲଙ୍ଘି ପାର

ଅସାଧ୍ୟ ଶବଦ ନାହିଁ ଜାତକର।


ଐକାନ୍ତିକ ଭକ୍ତି ଅଖଣ୍ଡ ବିଶ୍ୱାସ

କାଟି ରାମ ଲକ୍ଷ୍ମଣଙ୍କ ନାଗପାଶ ।

ହିମାଳୟୁ ବହି ଗନ୍ଧ ମାରଦନ

ଶକ୍ତି ଭେଦ ପାଇଁ ମୃତ୍ୟୁ ସଞ୍ଜିବନ ।


ସୀତା ରାମ ବିନୁ ସମ୍ପଦ ଅସାର

ରାମ ନାମ ଜପି ଅଜର ଅମର ।

ଫାଲ୍ଗୁନି ରଥରେ ସାଜି କପିଧ୍ୱଜ

ଯୁଗେ ଯୁଗେ ଧର୍ମ କୀରତି ଅରଜ।


ଭରତଙ୍କ ସମ ସାନ ଭାଇ ବୋଲି

ଶ୍ରୀରାମ ଆଶିଷ ଅଛ ମାଥେ ବୋଳି।

ବ୍ରହ୍ମଚର୍ଯ୍ୟ ବଳେ ହୋଇଛ ଅଜେୟ

ଅମର ଜଗତେ ପବନ ତନୟ।


ଅଣିମା ଲଘିମା ଆଦି ଅଷ୍ଟ ସିଦ୍ଧି

ଈଶିତ୍ୱ ବସିତ୍ୱ ଆଦି ନବ ନିଧି ।

ଶନି ଆଦି ଗ୍ରହ ଅଧୀନ ଯାହାର

ଜୟ ହନୁମାନ ଜୟ କପିବର।

 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍