STORYMIRROR

Srinibas Mahalik

Others

5.0  

Srinibas Mahalik

Others

ବିରି ବରା

ବିରି ବରା

1 min
965



ଧିରେ ଧିରେ ଏବେ ବିରଳ ହେବାକୁ

ବସିଲାଣି ବିରି ବରା

ଲାଗୁଅଛି ତାହା ଦିନ କେଇଟାରେ

ହୋଇଯିବ ଲୋପ ପୁରା ।।


ବଜାରରେ ଆଉ ବିରିବରା ଖଣ୍ଡେ

ମିଳୁନାହିଁ ଖୋଜି ଖୋଜି

ଯେଉଁଠି ଦେଖିବ ସେଇଠି ପାଇବ

କେବଳ ସୁଜି ହିଁ ସୁଜି !!


ବିରିର ସ୍ଥାନକୁ ସୁଜି କରିଲାଣି

ପୂର୍ଣ୍ଣ ଭାବେ ଅକ୍ତିଆର

ବିଚରା ବିରି ବା କ'ଣ କରିବ

ଛାଡେ ଖାଲି ହାହାକାର ।।


ହକ୍ ଦାବି କରି ଗମେଣ୍ଟକୁ ବିରି

ଦେଇଅଛି ଦରଖାସ୍ତ

ପ୍ରତ୍ୟେକ ବରାରେ ବିରି ପରିମାଣ

ରହୁ ଅସି ପ୍ରତିଶତ ।।


ବିଜୟନଗର,ଗଣିଆ,ନୟାଗଡ଼


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍