ବିରହରେ
ବିରହରେ
1 min
725
ରାସ୍ତା ଉପରେ ଯେତେ ପାଦଚିହ୍ନ
ସବୁ ଲାଗେ ଚିହ୍ନା ଚିହ୍ନା
କେଉଁଟି ତୁମର ଜାଣି ମୁଁ ପାରେନା
ହୁଏ ଖାଲି ବାଟ ବଣା।
ସବୁଥିରେ ଶୁଭେ ତୁମ ପାଦ ଶବ୍ଦ
ଶୁଭେ ପୁଣି ତୁମ ସ୍ୱର
ବାଲୁକା ଶେଯରେ ଦିଶିଯାଏ ମୋତେ
ତୁମ ଚପଲର ଗାର।
ଜ୍ୟୋତ୍ସ୍ନା ରାଣୀ ପାତ୍ର
ସହକାରୀ ଜିଲ୍ଲାପାଳ,ପୁରୀ
