STORYMIRROR

Prasanta kumar Hota

Others

3  

Prasanta kumar Hota

Others

ବିରହିଣୀ

ବିରହିଣୀ

1 min
359


ପ୍ରେମରେ ବାନ୍ଧିଲ ମିଳନ ବି କଲ

ଅର୍ଘ୍ୟ ଦେଲ ସମ୍ପର୍କରେ

ସମ୍ପର୍କର ସେତୁ କେଉଁଠି ଫାଟିଲା

ରହିଗଲି ବିରହରେ


ପ୍ରୀତିର ମଳୟ ହେଲା ବିପରୀତ

ସବୁ କିଛି ଗଲା ହଜି

ମୋ ଜୀବନ ମୋତେ ଦେଇଗଲା ଯାହା

ଅଭୁଲା ସ୍ମୃତିରେ ଆଜି।


ତଥାପି କାହିଁକି ତୁମକୁ ମୁଁ ଖୋଜେ

ତୁମ ବିନା ଲାଗେ ତୁଛ

ତୁମେ ଥିଲ ସାଥୀ ଜୀବନ ସାରଥୀ

ବିଶ୍ଵାସର ବରଗଛ


ସରେନାହିଁ ଦିନ ସରେନାହିଁ ରାତି

ପ୍ରେମର ଏ ଅନୁଭୂତି

ବିରହ ପ୍ରେମରେ କେତେ ମାୟା ଝରେ

ପ୍ରତୀକ୍ଷାରେ ଯାଏ ନିତି।


ଭିକାରୁଣୀ ସାଜି ସମୟ ଦାଣ୍ଡରେ

ଏବେବି ବୁଲୁଛି ଏକା

ହୃଦୟେ ଦେଇଛି ପ୍ରୀତିର ସ୍ଵାକ୍ଷର

ଦିଅ ମୋତେ ପ୍ରୀତି ଭିକ୍ଷା।


ମୋ ପ୍ରୀତି ନଇରେ ଉଛୁଳାଇ ଦେବି

ସରାଗରେ ପାଖେ ବସି

କଳଙ୍କ ନଥାଇ କଳଙ୍କ ବୋଳିଲେ

ତୁମେକି ହୋଇବ ଖୁସି।


ପ୍ରଶାନ୍ତ କୁମାର ହୋତା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍