STORYMIRROR

Kulamani Sarangi

Others

3  

Kulamani Sarangi

Others

ବିରହିଣୀ

ବିରହିଣୀ

1 min
429


ଦୂର ବନାନୀର ବଇଁଶୀ ସ୍ୱନ କବିତା ହୋଇ,

ଗୋଧୂଳି ଲଗନେ ଆସନ୍ତି ସ୍ମୃତି ଅଗଣା ଡେଇଁ,

ପ୍ରତିଶ୍ରୁତି ନୀଳ ଗଗନେ ତୁମେ ମରାଳ ସାଜି,

ଚାଲିଗଲ ସ୍ରୋତ ସମୀରେ ପଛ କଥା ନହେଜି,

ବୁଡି ଯାଉଛନ୍ତି ସୂରୁଜ,

ବୁଣି ଆଲୁଅର ମୁରୁଜ,

ଯମୁନା ଜଳରେ ରୂପାର ଜହ୍ନ ମୁହଁ ଦେଖଇ,

ହଜିଗଲ କାହିଁ କୁହୁକ ଦେଶେ ଆସିବ କହି।।


ପାଲଟିଲ କେତେ ସହଜେ ସୁର ଭଗ୍ନ ବୀଣାର !!

ଭଙ୍ଗା ଆଇନାରେ ଦିଶଇ ମୋର ମୁହଁ ହଜାର,

ଖିଆଲ ମୋ ନୃତ୍ୟ କରନ୍ତି ଭଙ୍ଗା କାଚ ଉପରେ,

ବିଶ୍ୱାସ ରୁଧିର ଝରଇ କ୍ଲାନ୍ତ ଦୁଇ ପାଦରେ,

ଧରିଛି ଅପେକ୍ଷା ମୁରଲୀ,

ସୁର ତହିଁ ଯେତେ ଭରିଲି,

ନଝରଇ ମଧୁ ମୂର୍ଚ୍ଛନା ଯେତେ ପ୍ରୟାସ କଲି,

ସଙ୍ଗୀତ ଚୋରାଇ ନେଇଛି ଚୋରା ଜୀବନ ବାଲି। 



Rate this content
Log in