STORYMIRROR

Purnimarani Sahoo

Others

3  

Purnimarani Sahoo

Others

ବିରହିଣୀ ରାଧା

ବିରହିଣୀ ରାଧା

1 min
308

କି କୁହୁକ କରିଲୁ ତୁ କହ୍ନାଇ ମୋର

ନୀରବେ ନୀରବେ ଜଳୁଛି ମୁଁ

ପିଇ ବିରହ ଅଶ୍ରୁର ଧାର

ତୋ ପାଖେ ବନ୍ଧା ମନ ପ୍ରାଣ

ଅଧିର ହୁଏ ମୋ ପାଦର ନୂପୁର

ଝୁରେ ଦିବାନିଶି ତୋ ବଇଁଶୀର ସୁର

ମିଠା ମିଠା ତୋର ଦୁଇ ପଦ କଥା

ଶୁଣିବାକୁ ଟିକେ ମନ ହୁଏ ଭାରି ବ୍ୟଥା

ମନର ବ୍ୟଥାକୁ ମନରେ ଧରି

ନିଇତି ଏ ଅଥୟ ମନ ମରେ ଝୁରି ଝୁରି

କପଟୀଆ ତୁ ଜାଣିଥିଲୁ ଯଦି ମୁଁ ଅଭିସପ୍ତ ନାରୀ

ମିଠା ମିଠା ସ ଆଖିରେ କାହିଁ ଦେଲୁ ତୁ ଭରି

ମନକୁ ମୋର କାହିଁ କରିଲୁ ଚୋରି

ଆଖି ପଲକରେ ନାଚିଉଠେ ତୋହର ସ୍ମୃତି

ଚାହିଁଲେ ବି ମୁଁ ପାରୁନି ରୋକି

ପାରୁଛୁ ଯଦି ତୁ 

ମୁକ୍ତ କରିଦେ ମତେ ତୋ ଭାବନାରୁ

କାଳେ ବଞ୍ଚିଯିବି ମରି ମରି ଜିଇଁବାରୁ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍