STORYMIRROR

Arun Kumar Mohanty

Others

3  

Arun Kumar Mohanty

Others

ବିରହି ରାଧା

ବିରହି ରାଧା

1 min
572


         "ବ" ପୂର୍ବାନୁପ୍ରାସ

ବୁଡିଲେଣି ବିକର୍ତ୍ତନ   ବାହୁଡିଲେ ବିହଙ୍ଗମ

   ବାଉଳି ହୁଏ ରାଧିକା ହୋଇ ଆତୁର

ବାର ବାର ଚାହୁଁଥାଇ   ବିରହରେ ଘାରି ହୋଇ 

   ବନସ୍ତରେ ରହିଲେ କି ତା,ବଂଶୀଧର...??.!!୧୭


ବଇଁଶୀ ବାଜୁନି କାହିଁ   ବିରସ ବଦନେ ରାଈ

   ବିକଳରେ ଖୋଜୁଅଛି ହୋଇ ବିଭୋର

ବୀଣାଜୀଣା ସ୍ବର ତାର  ବିଷାଦେ ହୁଏ ଗମ୍ଭୀର

   ବସନ ଭୂଷଣେ ଦିଶୁନାହିଁ ସୁନ୍ଦର.....!!୧୮


 ବଂଶୀ ଡାକେ ରାଧା ବୋଲି ବକ୍ଷକୁ ଦେଇଛି ଚିରି

     ବୁଡାଇଣ ମାରିଲ କିମ୍ପା ଭରସାକୁ

ବିଷାଦ ଭରିଛି ହୃଦେ  ବନରେ ବସିଣ କାନ୍ଦେ

     ବାହୁନି ଖୋଜୁଅଛି କାହ୍ନା ପରଶକୁ.....!!୧୯


 ବିନାଶନେ ଅଛି ବସି  ବିରସ ତା ମୁଖ ଶଶୀ

    ବାରିଜ ସମ ଶରୀର ଦିଶେ ମଳିନ

ବଂଶୀଧର ମୁଖ ଦେଖି  ବାରି ନେବ ପଣ ରଖି

    ବାରଣ କରୁଅଛି ସେ ସବୁ ବ୍ୟଞ୍ଜନ....!!୨୦


ବିଦୂଷେ କର ବିଚାର    ବିରହିଣୀ ଉପଚାର

   ବ୍ୟସ୍ତ ବିବ୍ରତ କାହିଁକି କିଶୋରୀ ମନ

ବିପଦରୁ କର ତ୍ରାଣ   ବିଭୁ ଚରଣେ ଶରଣ

    ବିଧାତା ବିଧାନ କେବା କରିବ ଆନ...!!୨୧


(ସରଳସବ୍ଦାର୍ଥ- 

,ବିକର୍ତ୍ତନ- ସୂର୍ଯ୍ୟ,ବିହଙ୍ଗମ - ପକ୍ଷୀ, ବିଷାଦ- ଦୁଃଖ, ବିନାଶନେ- ଉପବାସରେ

ବାରିଜ- ପଦ୍ମଫୁଲ, ବାରି- ଜଳ, ବାରଣ- ତ୍ୟାଗ, ବ୍ୟଞ୍ଜନ- ଖାଦ୍ୟପେୟ, ବିଦୁଷ- ପଣ୍ଡିତ ତ୍ରାଣ- ପାରି କର, ବିଭୁ,- ଈଶ୍ୱର)




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍