STORYMIRROR

Prasanta kumar Hota

Others

2  

Prasanta kumar Hota

Others

ବିରହାଘାତ

ବିରହାଘାତ

1 min
12.6K


ଏପଟ ସେପଟ କଡ ଲେଉଟାଏ

ରାତି ସାରା ନାହିଁ ଥୟ

ଘନ ଅନ୍ଧକାରେ ରହିଛି ଅନିଦ୍ରା

ତାସାଙ୍ଗେ କଳ୍ପନା ସୁଅ


କଳ୍ପନାର ବାସ ହେଲେହେଁ ଫଗୁଣ

ହୁଏ ପୁଣି ଶିରାବଣ

ଆସିବକି ସତେ ମଧୁର ସପନ

ଛଟପଟ ମୋର ପ୍ରାଣ।


ପୀରତି ପ୍ରଦୀପ ଦେଖୁଛି ନୟନେ

ଜଳୁଛି ଜ୍ଵଳନ ଦେଇ

ଭାବନାର ବଳେ ହୃଦୟ ଉଛୁଳେ

ମନ ତୋଷ ହୁଏ ନାହିଁ।


ମନ ଯମୁନାର କୁଳରେ କୁଳରେ

ହାଉଳି ମୁଁ ହେଉଥାଏ

ବାଉଳା ହୃଦୟ ଵାଉଳି ବାଉଳି

ରାତି ଯାହା ବିତୁଥାଏ।


କାହିଁକି କେଜାଣି ତୋପାଇଁ ଝୁରୁଛି

ତୁବା କିଏ ମୋର ପାଇଁ

ଅକୁହା କୋହରେ ହୃଦୟ ଭରିଛି

ତୋର ଟିକେ ନିଘା ନାହିଁ।


ପ୍ରଶାନ୍ତ କୁମାର ହୋତା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍