STORYMIRROR

Paresh Kumar Biswal

Others

3  

Paresh Kumar Biswal

Others

ବିରହ

ବିରହ

1 min
13.4K


ଜାଣେ ତୁମେ ଖୋଜ ନାହିଁ

ମୋ ପ୍ରେମକୁ କେବେ,

ଛବି ତୁମ ଆଙ୍କି ଆଙ୍କି

ଜିଉଛି ମୁଁ ଏବେ।

ହୃଦୟକୁ ଦାନ ପ୍ରିୟା

ମୁଁ ଯେ ଦେଇଥିଲି,

ସାଥୀ ହୋଇ ତୁମ ସାଥେ

ରହି ନ ପାରିଲି।

ସୁମଧୁର ସ୍ଵପ୍ନ ଆମେ

ସାଥେ ଦେଖିଥିଲେ,

ହାତ ଧରି କିଛି ବାଟ

ଆଗକୁ ବଢିଲେ।

କଣ୍ଟା ଭରା ରହିଥିଲା

ଆମରି ପଥରେ,

ପ୍ରଥମେ ପାଦ ପଡୁଥିଲା

ମୋର ସେଥିରେ।

ତୁମ କଷ୍ଟ ସହ୍ୟ କେବେ

କରି ମୁଁ ନଥିଲି,

ଯନ୍ତ୍ରଣାକୁ ମୁଁ ଯେ ତୁମ

ହସି ହସି ନେଲି।

ଯନ୍ତ୍ରଣା ଅଗ୍ନିରେ ମୋତେ

ଦଗ୍ଧ କରି ଗଲ,

ଭୁଲିଗଲ ପ୍ରିୟା ତୁମେ

ପାଉଥିଲ ଭଲ।

ଆଜିବି ପ୍ରିୟା ମୁଁ ତୁମ

ଛବି ରଖିଅଛି,

ବେଳେ ବେଳେ ଲୁଚି ରହି

ଦେଖି ମୁଁ ଦେଉଛି।

ତୁମେ ସିନା ଚାଲିଗଲ

ପଛକୁ ନ ଚାହିଁ,

ଆସିବାର ପ୍ରତୀକ୍ଷାରେ

ରହିଛି ଅନାଇ।

ପରେଶ କୁମାର ବିଶ୍ଵାଳ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍