STORYMIRROR

BISWESWAR MAJHI

Others

5.0  

BISWESWAR MAJHI

Others

ବିପର୍ଯ୍ୟୟ

ବିପର୍ଯ୍ୟୟ

1 min
13.6K


କ୍ୟାଟ୍ରିନା ସୁନାମୀ ଫାଇଲିନ୍ ହୁଡହୁଡ ତିତଲି ଆଦି ବିପର୍ଯ୍ୟୟ

କିଣି ଆଣୁ ଆମେ ହାରୁ ବାବମ୍ବାର ମାନୁନାହିଁ ପରାଜୟ ।

ଭୁଜ ଭୂମିକମ୍ପ ଉତ୍ତରାଖଣ୍ଡର ପ୍ରଳୟଙ୍କରୀ ସେ ବନ୍ୟା

ବିପର୍ଯ୍ୟୟ ଗଲେ ତୁନି ପଡୁ ଘରୁ ବିଦା କଲାପରି କନ୍ୟା ।

ଚେତାବନୀ ଯଦି ହିମ ତରଳିବ ସାଗର ସୀମା ଲଂଘିବ

ଅନାଗତ ଭବିଷ୍ୟତି ପରି ଚେଇଁ ଶୋଇଲେ କି ଟଳିଯିବ !!

ବାୟୁମଣ୍ଡଳରୁ ଓଜନର ସ୍ତର କଣା ହୁଏ କାଳକ୍ରମେ

ପଲିଥିନ ପଡ଼ି ମାଟିରେ ମିଶେନି ବିପଦର ବୋଝ ଜମେ ।

ଅମ୍ଳଜାନ ବାଷ୍ପ ସରିସରି ଆସେ ଜଂଗଲ ହେଲା ଦୁର୍ଲଭ

ନଦୀ ଜଳ ହେଲା ପ୍ରଦୁଷଣ ଭରା ଜୀବନ ନୁହେଁ ସୁଲଭ ।

ଆଶ୍ୱିନ ଫସଲ ପାଚିବାର ବେଳ ଦୁର୍ଗାଂକର ଆବାହନୀ

ସୁନା ଫସଲକୁ ଚୁନା କରେ ଆସି ହୁଡହୁଡ ଫାଇଲିନି ।

ପୁଜାପାଠ ଭୁଲି ବିସର୍ଜନ ବେଳେ ଡିଜେ ହେବ ଯଦି ମୂଳ

ତାଣ୍ଡବ କର୍ତ୍ତାଂକ ଘରଣୀ ସାଂଗରେ ନଆଣିବେ କାହିଁ କାଳ !!

ସୁଧୁରି ଯିବାକୁ ଚେତାବନୀ ଦିଏ ମାତା ପ୍ରକୃତି ସ୍ୱରୂପା

ହାତରୁ ଖସିଲେ ରଖି ପାରିବେକି କେଉଁ ମା' କେଉଁ ବାପା ।।

ବିଶ୍ଵେଶ୍ୱର ମାଝୀ


Rate this content
Log in