STORYMIRROR

Sambit Srikumar

Others

3.2  

Sambit Srikumar

Others

ବିପ୍ଳବ

ବିପ୍ଳବ

1 min
29.1K


       ବିପ୍ଳବ

ଵିପନ୍ନା ସାମ୍ୟବାଦର ପIବନ ମନ୍ଦାକିନୀ ଧାରା

ସକଳ ପ୍ରଚେଷ୍ଟା ସତ୍ତ୍ୱେ ପୁରେ ନାହିଁ ସରା

ଉପନଦୀ ଶାଖାନଦୀ ଯେତେ ସବୁ ପ୍ରଦୂଷଣ ଭରା

ସବୁଠି ବାଜେ ପୁଞ୍ଜିବାଦର ସ୍ପର୍ଦ୍ଧିତ ଡେଙ୍ଗୁରା

ଶୋଷଣ ଅତ୍ୟାଚାରରେ କମ୍ପିଉଠେ ସସାଗରାଧାରା

କ୍ଷୁଧାଗ୍ରସ୍ତ ବିପର୍ଯ୍ୟସ୍ତ ଅସଂଖ୍ୟ ଅଗଣିତ ସର୍ବହରା   I ()

 

ରକ୍ତରଞ୍ଜିତ ସାମ୍ରାଜ୍ୟବାଦର ଦୁଇଟି କିନ୍ନାରା

କୋଉଠି ଝଲସେ ସମ୍ପଦର କୋଟି ସୂର୍ଯ୍ୟ ଚନ୍ଦ୍ର ତାରା

ସୁରା ସାକୀ ସମ୍ଭୋଗର ଲାଗିଛି ସୁଦୃଶ୍ୟ ପସରା

ଆର ପାଖେ ଲାଗିଛି ଭୋକିଲା ମଣିଷଙ୍କ ମେଳା

ହାଃ ଅନ୍ନ ହାଃ ଅନ୍ନ ଶୁଭୁଛି ଆକୁଳ ଚିତ୍କାର

କି ନାରଖାର ଦିଶେ ଅରକ୍ଷିତ ବେସାହାରା ! ()

 

କାହିଁ ଅଛ କିଏ କେଉଁଠାରେ ଉଠ ତନ୍ଦ୍ରା ତ୍ୟଜି

ଅସ୍ତ୍ର ଉଠାଇ କରରେ ରଣ ବିପ୍ଳବ ଆଜି

ସବୁରି ପ୍ରାଣେ ଜଳାଇଦିଅ ବିପ୍ଲବର ବହ୍ନି

ଭାଙ୍ଗିଦିଅ ପୁଞ୍ଜିବାଦର ରଙ୍ଗୀନ ସାମ୍ରାଜ୍ୟ

ସବୁଜ ସାମ୍ୟବାଦର ଗୀତ ଗାଇ

ମୁକ୍ତ ହେଉ ଶତ ସହସ୍ର ଶୃଙ୍ଖଳ ରାଜି I ()

ସମ୍ବିତ୍ ଶ୍ରୀକୁମାର 

 

 

 


Rate this content
Log in