STORYMIRROR

Ambuja Mohanty

Others

4  

Ambuja Mohanty

Others

ବିନତି

ବିନତି

1 min
223

ମୁଁ ଜାଣେନା ହୃଦୟ ମୋର ବ୍ୟଥିତ

ଦୁଃଖ ଯନ୍ତ୍ରଣା ଅଗ୍ନିରେ ସେ ଉତପ୍ତ

ତେଣୁ ତୁମ୍ଭ ଚରଣେ କରେ ଆକୁଳ ବିନତି

ଶୁଣ ବାରେ ଦିବାକର, ଆଜି ଦାରୁଣ ଏ ସ୍ଥିତି ।।


କେହି ପୁତ୍ର ହରା ତ କେହି ମାତୃହରା

ବୈଧବ ଯନ୍ତ୍ରଣାରେ ଖୋଜେ କେ ସାହାରା

ଦେଖି ବିଧାନ ତୁମ୍ଭର, ସୃଷ୍ଟି କରେ ଚିତ୍କାର

କରିଦେଇ କ୍ଷମା, ମିନତି ଶୁଣ ହେ ଈଶ୍ୱର ।।


ଫେରି ଆସ ତୁମ୍ଭେ ମର୍ଯ୍ୟାଦା ପୁରୁଷ

ପୁଣି ଗଢିଦିଅ ରାମରାଜ୍ୟ

ତୁମ୍ଭରି ଅଶ୍ରାରେ ଆମ୍ଭେ, କରନାହିଁ ନିଶ୍ୱ

ଦିଅ ଶକ୍ତି ପ୍ରତିଟି ମନରେ 

ବିଶ୍ଵାସର ବଂହି ଅନୁପମ

ହୃଦୟ ଚେତନା ହେଉ ବ୍ୟାପ୍ତ 

ବୁଝିପାରୁ ସ୍ୱରୂପ ତୁମ ପ୍ରେମର 

ପୁଣି ଆସ ଅବତରି ହେ ମାଧବ

ଦିଅ ଗୀତାର ଜ୍ଞାନ ସଭିଙ୍କ ଅନ୍ତରେ

ବିଶ୍ୱକୁ କର ରୋଗ, ଜରା,ବ୍ୟାଧି ମୁକ୍ତ

ସୃଷ୍ଟି ହସୁ ଦେଖି ତୁମ ସ୍ୱରୂପ ଅବ୍ୟକ୍ତ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍