ବିନମ୍ରତା
ବିନମ୍ରତା
1 min
13.4K
ପ୍ରତାପ ନାୟକ
୭୦୦୮୦୫୪୨୮୨
ବିନମ୍ରତା ବୁଝେଇଦିଏ
ତୁମେ କେତେ ନରମ ସରଳ ସମାଜକୁ....
ତୁମ ନିରବତା ......ମୁରୁକି ହସ
ଚେତେଇଦିଏ ସମ୍ଭାବନାର ଚଉଦିଗ
ଆକସ୍ମିକ ଦୁର୍ଘଟଣାର
ଶେଷ ଶେଜର ଅତିଥି
ଟାଣି ଧରିଥିବା ତାପମାନ ବୟସ
ସଜେଇ ରଂଗେଇ ହେଇ
ତିଆରେଇ ଥିବା ସଳଖ ପରିଚୟ
କୁହେଳିକା ସୃଷ୍ଟି କରେନା
କରେ ନିଉଛଣା ନିର୍ଜୀବ ପରି ସାଲିସ
ସାଲିସ ବିହିନ ଜୀବନ ସଂଘର୍ଷରେ ଭରପୁର
କା ପାଖେ ପହଁରେଇ ନିଏ ଶତୃତା
ପୁଣି କନକନ ଛନଛନ କେଉଁ ପ୍ରେୟସୀ ଗଳାରେ
କୁତୁକୁତୁ କରେ ମନ ଗଭୀରତମ ପ୍ରଦେଶ
ସାଉଁଟି ଆଣେ ମୁଠାଏ ଶୀତଳ ପରସ
ତୁମେ କିନ୍ତୁ ସରଳ ନରମ
ତୁମ ନିରବତା .....ମୁରୁକିହସ
ସୁଚେଇ ଦିଏ ତୁମ ବିନମ୍ରତା
