STORYMIRROR

Rajalaxmi Tripathy

Others

2  

Rajalaxmi Tripathy

Others

ବିନ୍ଦୁଏ ପ୍ରେମ

ବିନ୍ଦୁଏ ପ୍ରେମ

1 min
13.9K


ବିନ୍ଦୁଏ ପ୍ରେମ,

ଏକ ସଂଗୁପ୍ତ ଆକାଂକ୍ଷା

ଅନୁରକ୍ତ ପ୍ରେମିକର ସ୍ଫୀତ ହୃଦୟରେ

ବାନ୍ଧିରଖେ ତୃଷିତ ଜୀବକୋଷ ମାନଙ୍କୁ

ତା'ର ନିଜସ୍ୱ ଅନୁଭୂତି ସବୁ

ପ୍ରତିଟି ଅଭିଜ୍ଞତା ସହ।

ବିନ୍ଦୁଏ ପ୍ରେମ,

ନଭାଙ୍ଗି ତା' ଦୃଢ଼ତାର ନାଭୀକେନ୍ଦ୍ର

ଅପସରି ନିଏ ଘନ ମୂକ ଅନ୍ଧାର ରାତିକୁ।

ପଥଭ୍ରଷ୍ଟ ହୁଏନି କାହା ଛନ୍ଦ କପଟର

ଅତର୍କିତ ଗୋପନ ଆଘାତରେ।

ବିନ୍ଦୁଏ ପ୍ରେମ,

ସଂଗୀତର ତାଳେ ତାଳେ

ପଦ୍ମତୋଳା ଗାଇ,

ତୋଷିନିଏ ମଣିନାଗ

ଜିଣିପାରେ ସମଗ୍ର ପୃଥିବୀ।


Rate this content
Log in