STORYMIRROR

Debadatta Mishra

Others

3  

Debadatta Mishra

Others

ବିନାଶ ପଥେ

ବିନାଶ ପଥେ

1 min
208



ମୋ ଭିତରୁ ଖୋଳିନେଲ ଖଣି
ଶୋଷିନେଲ ପାଣି
ଗଛସବୁ କାଟିନେଲା ପରେ
ଶ୍ୱାସହୀନ କରିଦେଲା ପରେ
ଏବେ କହୁଛ
ପୃଥିବୀ ହେଉଛି ଉତ୍ତପ୍ତ
ପ୍ରକୃତି ସାଧୁଛି ଦାଉ ।
ହେ ମଣିଷ !
ଏବେ କାନ ଖୋଲି ଶୁଣ
ସେ ଦିନ ବେଶି ଡେରି ନାହିଁ
ଯେବେ ବର୍ତ୍ତମାନର ଉଲ୍ଲାସରେ
ଅଚିରେ ମରିଯିବ ଭବିଷ୍ୟତ
ବଂଚିବାର ଦୁର୍ବାର ଲାଳସାରେ
ମୃତ୍ୟୁ ହେବ ସନ୍ନିକଟ
ପ୍ରଶ୍ଵାସ ପାଇଁ ଖୋଜୁଥିବ ରାହା
ଜୀଇଁବା ପାଇଁ ଲୋଡୁଥିବ ସାହା
ଶୁଦ୍ଧ ବାୟୁ ପାଇଁ ଶୁଭିବ
କେତେ ଯନ୍ତ୍ରଣା
କେତେ ହାହାକାର
ଆଧୁନିକତାର ବାହାନାରେ
ସୃଷ୍ଟି ହେବ ନାରଖାର
ରକତ ବି ବହିପାରେ
ପାଣି ମୁନ୍ଦେ ପାଇଁ
ସେ ଦିନ ବେଶି ଡେରି ନାହିଁ ।
ଦେବଦତ୍ତ ମିଶ୍ର


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍