STORYMIRROR

Snigdha Nayak

Others

5.0  

Snigdha Nayak

Others

ବିନା ଶ୍ରାବଣର ବର୍ଷା

ବିନା ଶ୍ରାବଣର ବର୍ଷା

1 min
14.1K


ଶ୍ରାବଣ ବିନୁ ଆସେ କାହୁଁ ଏ ବରଷା

କାହୁଁ ବହେ ଏ ବୈଶାଖୀ ପବନ

ବିନା ବୈଶାଖ ଆଗମନେ


ଝରଝର ହୋଇ ବହିଯାଏ

ଲାଗଇ କରିବ ଇଏ ବନ୍ୟାପ୍ରାୟେ

ନେବା ଏ ହୃଦୟ କେବେ ଓ କେଉଁଠି, କାହାର ଆଶ୍ରୟ


ନ ଆସେ ସିଏ,କି ନ ଆସେ ଖବର ତାର

ନେଇଗଲା ତାକୁ କିଏ

କି ହୋଇଗଲା ସିଏ କାହାର


ଗୋଟିଏ ଗୋଟିଏ କରି ବିତିଗଲା ଦିନ ଅନେକ

ସାତଦିନ ବି ଲାଗେ ଏବେ ବରଷ ପ୍ରାୟ

ସୁରୁଜ ଉଁ ଇଲେ ଲାଗେ ,ହେଲା କି ନବ ଋତୁର ଆଗମନ

ପରମୁହୁର୍ତ୍ତେ ହୋଇଯାଏ ପୁଣି ତାର ପ୍ରତ୍ୟାଗମନ


ପଲଟିଗଲା ମରୁଭୂମି ନଝରଏ ଚକ୍ଷୁ

ରକତ କି ନୀର ହାଇଗଲା ତା ବକ୍ଷୁ


ତଥାପି ଚାତକ ପରି ବାଟ ଦେଖେ ମୁଁ ତାର

ଥରେ ଆସି ତ କହନ୍ତା ସିଏ

ଭୁଲିଗଲl କି ସେ ମୋତେ

ହୋଇଗଲା କି ଆଉ କାହାର ।


ସ୍ନିଗ୍ଧା ନାୟକ

କୋଟା

ରାଜସ୍ଥାନ


Rate this content
Log in