ବିମୁଦ୍ରାୟନ
ବିମୁଦ୍ରାୟନ
ବିମୁଦ୍ରାୟନ ଆସିଛି: ନିଆଁ ପୁଆଁରେ ଆୟତ୍ତ ନୋଟରେ
ଆକୀ ମାହୋଲର ପୃଷ୍ଠଭୂମିରେ
ବ୍ୟାଙ୍କ ଏଟିଏମରେ ଲାଗିଥିବା ଇମ୍ବା ଲାଇନରେ
ବିମୁଦ୍ରାୟନ ଆସେ: ଅର୍ଥନୀତିର ସ୍ପଟିକ, ସ୍ଵଚ୍ଛ ଦର୍ପଣରେ
କଳାଧନ ବିଲୋପୀକରଣର ଉଦ୍ୟମରେ
ଏକ କ୍ରାନ୍ତିକାରୀ ପଦକ୍ଷେପର ଅଭିଯୋଜନାରେ
ବିମୁଦ୍ରାୟନ ଆସିଛି:
ଅଚଳ ନୋଟର ସଚଳୀକରଣ କାର୍ଯ୍ୟକ୍ରମରେ
ଗ୍ରାମ୍ୟ ଜୀବନର ଦିଗହଜା ବାତାବରଣରେ
ଜନତୀକ ପୁଞ୍ଜୀଭୂତ କ୍ଷୋଭର ଉଦଗୀରଣରେ
ବିମୁଦ୍ରାୟନ ଆସିବ:
ଏକ ଯୁଗାନ୍ତକାରୀ, ପରିବର୍ତ୍ତିତ ଅର୍ଥନୀତିରେ
ଅଳିଆ, ଆବର୍ଜନା ମୁକ୍ତ ଆର୍ଥିକ ଅଭିଷେକରେ
କଳାଧନ ଅଧିକାରୀ କଳୁଷିତ ଆତ୍ମାର ଆତ୍ମଦହନରେ
ନୂତନତ୍ଵ ପରିପୂର୍ଣ୍ଣ ଅର୍ଥବ୍ୟବସ୍ଥାର ବିବର୍ତ୍ତିତ ବେଳାଭୂମିରେ
ଲୁପ୍ତ କଳାଧନର ଉନମୋଚନର- ଅନାବରଣରେ
ବିକାଶଧର୍ମୀ ଯୋଜନା କ୍ରିୟାନୁୟନର ଅୟମାରମ୍ଭରେ
ସଂପର୍କର ସଙ୍ଗମରେ- ସୃଜନଶୀଳତାର ଭିନ୍ନ ଦିଗନ୍ତରେ
