Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sangita Mishra Satapathy

Others

3  

Sangita Mishra Satapathy

Others

ବିଳାପିତ ମାତୃତ୍ବର ଅଭିମାନ

ବିଳାପିତ ମାତୃତ୍ବର ଅଭିମାନ

1 min
189



 ଉଠିପଡ ଧନ ଉଠିପଡ

 ଖାଇ ନାହୁଁ କେତେବେଳୁ ଧନ

ଲାଗି ଗଲାଣି ତ ପେଟ ତୋର।


ବାବୁ ଘରେ ଥିଲା ଆଜି ଭୋଜି

ଫେରିବା ଡେରି ହୋଇଲା ବୋଲି କି

ରୁଷି କି ନିଦରେ ଶୋଇଛୁ କି ?


କେତେ ଭୋଜି ଭାତ, ଖିରୀ, ପୁରି,

ଧନ ମୋ ଥିବ ଭୋକ ଉପାସରେ

ହୃଦ ହେଉଥିଲା ମୋର କୋରି ।


ବଡଲୋକଙ୍କର ବଡ ଭୋଜି

ଖାଇବା ଅଳ୍ପ ଫିଙ୍ଗିବା ବେଶୀ

ଅଳିଆଦାନୀରୁ ଆଣିଛି ଗୋଟାଇ

ତୋ ପାଇଁ ଧନ ମୁଁ ସେଠୁ କିଛି।


ବଡ ବୁଝନ୍ତିନି ମନକଥା

ପିଲାଟିଏ ଖିରି ଦନା ଦେଲା 

ଯତନେ ଆଣିଛି ଖାଇପକା ।


କରିବିନି ଆଉ ଜମା ଡେରି

ଆ ମୋ କୋଳକୁ ଧନମାଳି

ଉଠୁନି କାଇଁ ମୋ ଶଙ୍ଖାଳି ।


କି କରିବି ଆଉ ଏଇ ଖିରି ?

ଜଗନ୍ନାଥ ଶୁଣ ଏଇ ଅଳି 

କରନା କାହାକୁ ହତଶିରୀ।



Rate this content
Log in