STORYMIRROR

Sachidananda Kar

Others

3  

Sachidananda Kar

Others

ବିଲ ବାଡ଼ି ପଡିଆ

ବିଲ ବାଡ଼ି ପଡିଆ

1 min
381

ବିଲ ବାଡ଼ି ପଡିଆ

ବିଲେ ହୁଏ ଚାଷ

ବାଡିରେ ତ ବାସ

ପଡିଆରେ ଖେଳ ମେଳ

ଜମିଯାଏ ବଢିଆ

ବିଲ ବାଡ଼ି ପଡିଆ। ।।


ହଳ ନେଇ ଚଷା ଭାଇ

ଚଷେ ବିଲ ଯେତେ

ଜାତି ଜାତି ଫସଲ ଯେ

ହସେ ତହିଁ କେତେ

ବିରି ମୁଗ ଧାନ

ଚଣା ବୁଟ ପାନ

ଆଳୁ ସାରୁ ବାଇଗଣ

ଫଳେ ବଡ଼ ବଢିଆ

ବିଲ ବାଡ଼ି ପଡିଆ ।।


ରହିବାକୁ ଆମ ପାଇଁ

ଲୋଡ଼ା ହୁଏ ଘର

ଘର ଥିଲେ ବାଡ଼ିଟିଏ

ଦିଶେ ମନୋହର

ସେଇ ଘରେ ଥାଇ

ବାପା ମାଆ ଭାଇ

ଭଉଣୀର ମେଳ ନିତି

ଆହା କେତେ ବଢିଆ

ବିଲ ବାଡ଼ି ପଡିଆ ।।


ହୋଇଗଲେ ପିଲାଙ୍କର

ଖେଳିବାର ବେଳ

ପଡିଆରେ ବସିଯାଏ

ସାଙ୍ଗ ସାଥି ମେଳ

ଡୁଡୁ ଲୁଚାଲୁଚି

ବୋହୂଚୋରୀ ପୁଚି

ଖେଳୁଥିଲେ ମିଳିମିଶି

ଲାଗେ ଭାରି ବଢିଆ

ବିଲ ବାଡ଼ି ପଡିଆ ।।


ବିଲ ବାଡ଼ି ପଡିଆ

ଆମରି ମନକୁ ନେଇ

ହସ ଖୁସି ସୁଖ ଦେଇ

ଜୀବନ କରନ୍ତି ଆମ

ସତେ କେଡ଼େ ବଢିଆ !!!


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍