ବିକଳ୍ପ
ବିକଳ୍ପ
1 min
267
କହିବିକି
କଣ ବିକଳ୍ପ ଅଛି
ମେଘର
ସୂର୍ଯ୍ୟ ରଶ୍ମିର
ମନ ଅରଣ୍ୟ
ଏବଂ
ମାଆ କ୍ଷୀର
ମାଟି ମାଆର ତ୍ୟାଗର ।
କଣ ବିକଳ୍ପ ଅଛି
ଦରୋଟି ହସର
ପ୍ରତିଭା ବାସର
ଅନ୍ୟ ପାଇଁ ଅକାତରେ
ଜୀବନ ଦେଉଥିବ
ସୁହୃତ ବନ୍ଧୁର
ଆକାଶ ଛୁଆଁ ମହାନତାର ।
କଣ ବିକଳ୍ପ ଅଛି
ସମାଧିସ୍ଥ ସ୍ୱପ୍ନର
ନଇଁ ପଡୁଥିବା ବୟସର
ପ୍ରତି କ୍ଷଣେ
ପୋଡି ହୋଇ
କିବା ହତ୍ୟା ହୋଇ
ଅବେଳେ ଶେଷ ହେଉଥିବା
ବଳତ୍କାରୀ ମାନଙ୍କର ।
