STORYMIRROR

Santosh Kumar Misra

Others

3  

Santosh Kumar Misra

Others

ବିକାଶର ଦୁର୍ଲ୍ଲଭ ପୋତ

ବିକାଶର ଦୁର୍ଲ୍ଲଭ ପୋତ

1 min
213


ଭାଇ ଜାଣିଛ , ଆସି ଯାଇଛି ଆମ ପାଇଁ ଗୋଟେ ଭଲ ସମୟ

ଆସ, ହାତରେ ହାତ ଥାପି ଦେଇ, କାନ୍ଧରେ କାନ୍ଧକୁ ମିଶେଇ ଦେଇ

ଆମ ଖୁସିକୁ ହାଟରେ ବାଟରେ ଜାହିର କରିଦେବାକୁ

ଟିକିଏ ନାଚି ଦେବା ଏହି ଖୁସିରେ , ଭିଜି ଭିଜି ବିକାଶ ଧାରାର ଚକ୍ରବାତରେ୤


ଆମ ଗାଁ ସନ୍ତରା ନାୟକ

ସାହୁକାରକୁ ବନ୍ଧାଦେଇ ଦେଇ ତା’ ପର୍ଡିକାର୍ଡଟି

ମଦ ଟୋପେ ପିଇଦେଇ ପଡି ରହିଛି ଗାଁ ମୁଣ୍ଡ ହିଡ ଦଣ୍ଡାରେ / ପଡିଥାଉ

ସନ୍ତରା ସ୍ତ୍ରୀ ମହନି ନାୟକ

ଚାରି ପିଲାଙ୍କୁ ଧରି ଭୋକ ଉପାସରେ ଛଟପଟ ହେଉଛି ଅନାହରରେ / ହେଉଥାଉ

ଭଙ୍ଗା ମାଟି କାନ୍ଥ ଛଣ ଛପର ଘରେ ମଉଲି କହଁର ଉପରକୁ ହାତ ଟେକିଦେଇ

ବିକାଶକୁ ଅପେକ୍ଷା କରିଛି / କରିଥାଉ୤


ସତୁରା ପଧାନ ସପରିବାର ଗାଁ ଛାଡିଯାଉଛି

ଦାଦନ ଖଟିବ ଦୂର ରାଇଜରେ ମୁଠା ମୁଠା ଟଙ୍କା ଲୋଭରେ / ଯାଉଥାଉ

ବିକାଶ ଆସିଲେ ତା ଦୁଆରକୁ ଖୋଜିବାକୁ ତାକୁ

ସାହୁ ଠିକାଦାର ମ୍ୟାନେଜ କରିନେବ ବନ୍ଧା ରଖିଥିବା ତାର ଜବ୍‌କାର୍ଡ ଦେଇ / କରୁଥାଉ୤


ଦାନ ମାଝି ସବୁ ନିଜ କାନ୍ଧେ ନିଜେ ବୋହୁ ଥାଆନ୍ତୁ ଶବ

ତାଙ୍କ ଆତ୍ମୀୟଙ୍କର, ଖାଲ ଢିପ ମାଳ ଜଙ୍ଗଲ ବାଟରେ / ବୋହୁ ଥାଆନ୍ତୁ

ପୋଲିସ ହାତରେ ଧରା ପଡୁଥାଆନ୍ତୁ

ଆମ୍ବୁଲାନ୍ସ ଗାଡି ଗଞ୍ଜେଇ ବୋହିବା ଅବସ୍ଥାରେ ବିକାଶ ଆସିଯାଇଥିବାର ବାହାନାରେ / ପଡୁଥାଆନ୍ତୁ୤


ଏଥିରେ ଆମର ଯାଏ ଆସେ ନହିଁ

ଯାହା ଘଟୁଛି ଘଟୁଥାଉ, ଏ ସବୁ ତ ବିଧି ନିର୍ଦ୍ଦିଷ୍ଟ

ଆମେ ଦେଖିବା ଆମେ କେତେ ଠୁଳେଇ ପାରିବା ପ୍ରତ୍ତିପତି ବା ସମ୍ପତ୍ତି

ଆମ ପିଲାପିଚିକାଙ୍କ ପାଇଁ , ନୀତି ରେ ହେଉ କି ଅନୀତିରେ

ପଡୋଶୀ କନ୍ଧରେ ଗୋଡରଖି ଦେଇ

ପାରି ହେଇଯିବା ଏ ଭବ ସାଗର ସ୍ବପ୍ନ ନିର୍ମିତ ଏକ ଦୁର୍ଲ୍ଲଭ ପୋତରେ୤


ଏହି ତ ଆସି ଯାଇଛି ଆମ ଇପ୍‌ସିତ ଭଲ ସମୟ, ଭଲ ମୁହୂର୍ତ୍ତ

ଆସୁନ ଆସ ହାତରେ ହାତ ଥାପି ଦେଇ , କାନ୍ଧରେ କାନ୍ଧକୁ ମିଶେଇ ଦେଇ

ଆମ ଖୁସିକୁ ହାଟରେ ବାଟରେ ଜାହିର କରିଦେବାକୁ

ଟିକିଏ ନାଚି ଦେବା ଏହି ଖୁସିରେ୤




Rate this content
Log in