ବିଜୟା ଦଶମୀ ଅନୁଚିନ୍ତା
ବିଜୟା ଦଶମୀ ଅନୁଚିନ୍ତା
• କବିଶ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର , ମଙ୍ଗଳାଯୋଡି , ଖୋର୍ଦ୍ଧା
• ---------- -------------------- ----------
• ଅସତ୍ୟ ଉପରେ ସତ୍ୟର ଜୟ ଭାଷଣ ସସମ୍ଭାଷ
• ଶଦ୍ଦ ମାଳାରୁ ଉଦ୍ଧୃତ ସେତ ଭାଷାକୋଷେ ବିଶେସଣ ।।
•
• କାହିଁ ସତ୍ୟ ତୁମେ କେଉଁଠି ଲୁଚିଛ ଖୋଜିଲେ ମିଳେନି ଆଜି
• ଯେଉଁଆଡେ ଚାହେଁ ଚର୍ତୁପାଶ୍ୱରେ ଅସତ୍ୟ ମଣିଷ ପାଜି , ।।
•
• ବୁଲୁଛି ଆନନ୍ଦେ ବିସ୍ତାରି ତାହାର ଅତିକାୟ କାୟା ଦେଖ
• କାହିଁ ସତ୍ୟ କାହିଁ ବିଜୟ କେତନ କାହିଁ ଶାନ୍ତି କାହିଁ ସୁଖ ? ।।
•
• ଆକାଶୁ ନିର୍ଗତ ଅଗ୍ନି ଷ୍ଫୁଲିଙ୍ଗ ପବନ ଧୂଆଁ ରେ ଭରା
• ପ୍ରଦୁଷିତ ମାଟି ମା କାନ୍ଦ ରୋଳେ ମଣିଷ ଖୋଜେ ସାହାରା ।।
•
• ବିଜୟା ଦଶମୀ ବିଜୟ ଝଣ୍ଡା ଅସତ୍ୟ ଦଣ୍ଡ ପରେ
• ନିସ୍ତେଜ, କାହିଁ ଉଦ୍ଦାମ ରୂପ ତା ଉଡେ ନାହଁ ଫରହରେ ।।
•
• ବିଶ୍ବ ଆକାଶେ ନିସ୍ବ ନିଶ୍ବାସେ ଝଡ଼ ହୁଏ ପୁଞ୍ଜି ଭୁତ
• ଅକାଳ ମୃତ୍ୟୁ ସହସା ମଣିଷେ କରିଲାଣି କୋଳାଗ୍ରତ ।।
•
• ତଥାପି ଲୋ ମା ତୋର ନିରାଜନା ସତ୍ୟର ସାହାନାଇ
• ବାଜୁଛି, ଆ ତୁ ପ୍ରଫୁଲ୍ଲ ଚିତ୍ତେ ରକ୍ଷା କାରଣାର୍ଥେ ମହୀ ।।
