STORYMIRROR

Subhakanta Sahu

Others

3  

Subhakanta Sahu

Others

ବିଜୟ ବାହୁଡା କର

ବିଜୟ ବାହୁଡା କର

1 min
14.5K


ଜଗତର ନାଥ କାଳିଆ ଠାକୁର ଅଛନ୍ତି ମାଉସୀ ଘରେ,

ମାଉସୀ ମାଆଙ୍କ ଦୁଃଖ ବୁଝିସାରି ଲେଉଟିବେ ନିଜ ପୁରେ ।

ନଅଦିନ ଆଗୁ ନନ୍ଦି ଘୋଷେ ବସି ସୁଭଦ୍ରା ବଳିଆ ସାଥେ,

ମାଉସୀ ହାତର ପୋଡପିଠା ପାଇଁ ଯାଇଛନ୍ତି ଜଗନ୍ନାଥେ ।

ବରଷକୁ ଥରେ ତାଙ୍କ ମନେ ପଡେ ମଉସୀର ପୋଡପିଠା,

ନଅ ଦିନ ହେଲେ ନରହନ୍ତି ଆଉ ଖାଇ ହୋଇଯାନ୍ତି ଚିଟା ।

ମାଉସୀ ହାତର ପୋଡପିଠା ଦେଖି ମନ୍ଦିର ଭୁଲ କି ତୁମେ?

ଜଗତ ଶାସନ ଛାଡିଗଲ ପୁଣି ଫେରୁଅଛ ନଅଦିନେ ।

ତୁମପେଟ ସିନା ପୁରିଗଲା ପ୍ରଭୁ ପୁରିନାହିଁ ଭକତର,

ଲେଉଟିବା ପରେ ଦେଖି ମନ୍ଦିରରେ ପୁରିବ ତାଙ୍କ ଉଦର ।

ମଣିମା ଛାମୁରେ ଗୁହାରି ପାଇଁ କି ପ୍ରଜାଗଣ ଚାହିଁଛନ୍ତି,

ନଅ ଦିନ ଏବେ ପୁରିଲାଣି ପ୍ରଭୁ କାହିଁକି ଡେରି କରନ୍ତି?

ବିଜୟ ବାହୁଡା କର ଏବେ ପ୍ରଭୁ ବସି ତୁମ ରଥ ପରେ,

ଜୀବନ ଯୁଦ୍ଧରେ ଜୟୀ ହେବାପାଇଁ ଶକ୍ତିଭକ୍ତି ଦିଅ ବାରେ ।


ଶୁଭକାନ୍ତ ସାହୁ

ଗୋପବନ୍ଧୁ ହାଇସ୍କୁଲ. ପୋଲସରା, ଗଞ୍ଜାମ

ପିନ୍-୭୬୧୧୦୫

ମୋବାଇଲ୍-୯୮୬୧୭୩୨୨୫୬

Email: sahusubhakanta@gmail.com


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍