ବିଜନତା
ବିଜନତା
1 min
209
ବିଜନତାରେ ବିଜୟୀ ବ୍ରହ୍ମାଣ୍ଡ ଗୋସାଇଁ,
ଆହା! କି ସୁନ୍ଦର ବିଶ୍ଵ କଳି ନପାରଇ।1।
ଜନକୁ ଜନ ଦେଖିଣ ସ୍ମିତ ହାସ୍ୟ ଫୁଟେ,
ମନୁଷ୍ୟର ବିଜନତା ଅବସାଦ ଘୋଟେ।2।
ମୋ ବନ୍ଧୁବାନ୍ଧବ ଭାଇ ଆତ୍ମୀୟ ସ୍ୱଜନ,
ଜନନୀର ସ୍ନେହ କିବା କରିବି କଳନ।3।
ମୋର ଦୃଷ୍ଟି ଭଲ ହେଲେ ସୃଷ୍ଟି ମଧ୍ୟ ଭଲ,
ଦାତା ଦେଇଥିବା ଜ୍ଞାନ କି କରିବି ମୁଲ।4।
ସ୍ନେହ,ଶ୍ରଦ୍ଧା,ପ୍ରେମ ପାଶେ ବିଜନତା ଦୂର,
ସଭିଏଁ ମୋ ଆପଣାର କେହି ନୁହେଁ ଦୂର।5।
