STORYMIRROR

Ram Prasad Bisoi

Others

3  

Ram Prasad Bisoi

Others

ବୀର୍ଯ୍ୟ ତର୍ପଣ

ବୀର୍ଯ୍ୟ ତର୍ପଣ

1 min
287


କ୍ରମବ୍ରଦ୍ଧିଷ୍ଣୁ ବିବର୍ତିତ

ପୃଥିବୀ

ଆସନ୍ତାକାଲିର ମୃତ୍ୟୁର ପ୍ରତିକ୍ଷାରେ ଅନବରତ 

ଝରାଇ ଚାଲିଛି 

ନୟନୁ ତାରି ରକ୍ତର ଅଶ୍ରୁଧାର,


ଆବଦ୍ଧ କଙ୍କାଳ 

ତାରି

କୁଢ଼ କୁଢ଼ ପ୍ଲାଷ୍ଟିକ ଢ଼େରରେ ତିଆରି ରଜ୍ଜୁରେ,

ବୀର୍ଯ୍ୟ ତର୍ପଣ ବାହାନାରେ

ମଣିଷର 

ଅମଣିଷପଣିଆ 

ଅନବରତ

ରକ୍ତାକ୍ତ କରି ଚାଲିଛି

କାଳକାଳେ

ପୃଥିବୀର ସୁକୋମଳ

ଯୋନିକୁ,


କେତେ ଯେ ଶିଳ୍ପ ତୋଳିବ କେଜାଣି 

ନିଷ୍ଠୁର ନିହାଣ ମୁନେ

ବିପରୀତ

ପ୍ରକୃତିର ସର୍ଜନା,


ପ୍ରକାରନ୍ତେ,

ବାରମ୍ବାର ହତ୍ୟା କରି 

ନିଜ ବିବେକକୁ

ନିର୍ଭୀକ ମଣିଷ ଶୁନ୍ୟରେ ତୋଳି ଚାଲିଛି

ଘର,


ରାସ୍ତା ଗୁଡିକ ଅଙ୍କା ବଙ୍କା ହୋଇ ବିଛୁଡ଼ି ପଡିଛନ୍ତି

ଆକାଶରେ,


ପବନଶକ୍ତି ଓ ସୂର୍ଯ୍ୟ ରଶ୍ମିରୁ ଚୋରାଇ ନେଇ

ବିଜୁଳି

କୁଢ଼ କୁଢ଼ ରବର୍ଟ, 

ମହାକାଶ ଯାନ 

ଭର୍ତ୍ତି କରି ଚାଲିଛି ଆକାଶ ଗର୍ଭରେ,


ହସୁଛି ମଣିଷ 

ସେ ହସ ପୁଣି ବିକଟାଳ,


କହୁଛି ପୃଥିବୀକୁ 

ତା ବିଲୁପ୍ତ ପର୍ଯ୍ୟନ୍ତ 

ସେ କୁଆଡେ 

ଅଜୟ,


ଆରପଟେ 

ଆକାଶ ସୂର୍ଯ୍ୟ ଚନ୍ଦ୍ର ନବଗ୍ରହ ମଣ୍ଡଳ କାନ୍ଦିବାରେ ଲାଗିଛନ୍ତି,


ଆଜି

କାହିଁକି ଅନ୍ତରାୟ ସାଜିଛି

ପ୍ରକୃତିର ନିୟମ ବିରୁଦ୍ଧରେ 

ମଣିଷ,

ଅଯାଚିତ ନୁହେଁ କି ? 

ଏ ତାରି ଅନାର୍ଯ୍ୟ

ବୀର୍ଯ୍ୟ ତର୍ପଣ------------!




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍