Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Jayashree Maharana

Others

4  

Jayashree Maharana

Others

ବୀର ସଇନିକ ଜାତି

ବୀର ସଇନିକ ଜାତି

1 min
141


ଧନ୍ୟ ମୋ ଜନନୀ ଧନ୍ୟ ତୋ'ର ସୁତ

ସୀମା ପରେ ନିତି ନିତି

ସଜାଗ ପ୍ରହରୀ ସାଜିଛନ୍ତି ବୋଲି

ଦେଶ ମଧ୍ୟେ ଅଛି ଶାନ୍ତି ।


ମନରେ ସାହାସ ହୃଦ କରି ଦମ୍ଭ

ତେଜି ଦେଇ ଭୟଭୀତି

ହସି ହସି ପୁଣି ଶତ୍ରୁର ସଂହାରେ

ଗୁଳିବିଦ୍ଧ ତାଙ୍କ ଛାତି ।


କିବା ଦିନ ଅବା କିବା ରାତି ରାତି

କାଳ ଯାଏ ତାଙ୍କ ବିତି

ତୁଣ୍ଡରେ ସର୍ବଦା ଭାରତ ମାତାର

ଉଚ୍ଚାରିଣ ଜୟଗୀତି ।


ଲୋଭ,ମୋହ,ସ୍ୱାର୍ଥ ହୃଦୟରୁ ନାଶି

ଦୃଢ଼ କରି ତାଙ୍କ ମତ୍ତି

ଅନ୍ତରେ ଆଦରି ନେଇଛନ୍ତି ସର୍ବେ

ସେବାଧର୍ମ,ଦେଶପ୍ରୀତି ।


କପଟୀ ଶତ୍ରୁର କ୍ରୁର କାର୍ଯ୍ୟ ଦେଖି

ରକ୍ତ ଯାଏ ତାଙ୍କ ତାତି

ଜୀବନକୁ ବାଜି ଲଗାଇ ଦିଅନ୍ତି

ଭାଳି ଜନନୀର ମୁକ୍ତି ।


ଆସୁପଛେ ଯେତେ ବାଧା କି ବିପତ୍ତି

ମଥା ଦିଅନ୍ତିନି ପାତି

ଯେତେ ବର୍ଣ୍ଣିଲେ ବି ତାଙ୍କ ଯଶକୀର୍ତ୍ତି

ଅସମ୍ପୂର୍ଣ୍ଣ, ଅସରନ୍ତି ।


ତାଙ୍କ ତ୍ୟାଗବଳେ ଅନ୍ୟାୟକୁ ଜିତି

ପୂତ ହୋଇଅଛି କ୍ଷିତି

ଶତ ଶତ ବାର ପ୍ରଣାମ ମୋ' ଘେନ

ବୀର ସଇନିକ ଜାତି ।



Rate this content
Log in