STORYMIRROR

Prafulla Chandra Mishra

Others

3  

Prafulla Chandra Mishra

Others

ବୀର ଭୋଗ୍ୟା ବସୁନ୍ଧରା

ବୀର ଭୋଗ୍ୟା ବସୁନ୍ଧରା

1 min
352


• ବୀର ଭୋଗ୍ୟା ବସୁନ୍ଧରା

• କବିଶ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର, ମଙ୍ଗଳାଯୋଡି, ଖୋର୍ଦ୍ଧା

• ---------- -------------------- ----------

• କେତେ ଗୋଳ ଲାଗିଛି ରେ ଭାଇ , ଏଇ ମାଟି ଚାଖଣ୍ଡକ ପାଇଁ

• ମାଟି ସମାନ ଏ ନଶ୍ଵର ଶରୀର , ଦିନେ ଯିବ ମାଟି ହୋଇ

• ରାଗ, ଅଭିମାନ, ଗରିମା,ବଡିମା

• ତୁଚ୍ଛ‌ ଏ ମିଛ ବଡେଇ , କେତେ ଗୋଳ ଲାଗିଛି ରେ ଭାଇ…।।

• ବୀର ଭୋଗ୍ୟା ସିନା ଏହି ବସୁନ୍ଧରା , ବୀର ପରା ଅଟେ ସେହି

• ପରାକ୍ରମଶାଳୀ ପ୍ରଜାବତ୍ସଳ ଯେ , ଭେଦଭାବ ନଦେଖଇ

• କୁଟିଳ,କୁଚକ୍ରୀ ଜନ ରାଜପଣେ

• କିଛି ଅଧିକାର ନାହିଁ , କେତେ ଗୋଳ ଲାଗିଛି ରେ ଭାଇ…।।

• କେତେ କେତେ ବୀର,ରାକ୍ଷସ, କିନ୍ନର , ଧରାରେ ଜନମ ନେଇ

• ଶୂଚ୍ୟାଗ୍ରେ ମେଦିନୀ ନ ଦେବା ଆଳରେ , କିଏ ସେହି ଶୂନ୍ୟ ଦେହି

• ଦୁଷ୍ଟ ଦଳି ସନ୍ଥ ସହିତ ଏ ସୃଷ୍ଟି

• ରହିଛି ଅକ୍ଷୁର୍ଣ୍ଣ ହୋଇ , କେତେ ଗୋଳ ଲାଗିଛି ରେ ଭାଇ…।।

• କେତେ ଜଲ୍ହାଦ ମାଟିକୁ ବିଦାରି , ଶୋଷଣ କରିଲେ ମହୀ

• କେ ପ୍ରଜାବତ୍ସଳ ଉପଭୋଗ ଛଳେ , ଇତିହାସ ଗଲେ ହୋଇ

• କାହାକୁ ସହିଛି କାହାକୁ ଦହିଛି

• ଏଇ, ମା, ମାଟି ଜନ୍ମଭୂଇଁ , କେତେ ଗୋଳ ଲାଗିଛି ରେ ଭାଇ…।।

• ସବୁ ଜାଣିଶୁଣି ମଣିଷ କି ଅନ୍ଧ , ନୀଚ କୃତ୍ତ ଆଚରଇ

• କହରେ ପିଶାଚ ବସୁନ୍ଧରା ତଳେ କାହିଁ ତୋର ଠାବ କାହିଁ

• ପ୍ରଫୁଲ୍ଲ ଚିନ୍ତନ ଛାଡ ହୀନକର୍ମ

• ଶାନ୍ତି ର ବାର୍ତା ଦେଇ , କେତେ ଗୋଳ ଲାଗିଛି ରେ ଭାଇ…।।




Rate this content
Log in