STORYMIRROR

Satyanarayan Sahoo

Others

3  

Satyanarayan Sahoo

Others

ବୀର ଭଗତ ସିଂହ -- ୫

ବୀର ଭଗତ ସିଂହ -- ୫

1 min
153

ଶିଶୁ କାଳେ ତୁମେ ସ୍ୱଚକ୍ଷେ ଦେଖିଲ

ଜାଲିଆନା ବାଗ ଲୀଳା

ଯେଉଁଠି ନିରୀହ ଜନତା ଉପରେ 

ସର୍କାର ଚଳାଇ ଗୁଳା ॥


ଜେନେରାଲ ରେଗି ନାଲ୍ଡ ଡାୟାରର

ବର୍ବର ନର ସଂହାର

ଶାନ୍ତି ପୂର୍ଣ୍ଣ ସଭା ଚାଲିଥିବା ବେଳେ

ଅଚାନକ ହାହାକାର ॥


ଆତଙ୍କ ବିରଚି ବ୍ରିଟିସ ସର୍କାର

ହତ୍ୟା କଲା ଜନତାଙ୍କୁ

ପ୍ରତିଶୋଧ ତା'ର ତୁମେ ହିଁ ଘେନିଲ

ହତ୍ୟା କଲ ଡାୟରକୁ ॥


ହେ ଭଗତ ସିଂହ "ମହାନ ଶହୀଦ"

ବା' '' ଶହୀଦ‐ଏ‐ ଆଜମ " 

ସନ୍ମାନ ଲଭିଲ ଅମର ରହିଲ

ଜନ ମନେ ଚିର ଦିନ ॥


ଦିଏ ନବ ତେଜ ନବୀନ ପ୍ରେରଣା

ଯୋଗାଏ ପ୍ରାଣେ ଉତ୍ସାହ

ବୀର ବୀପ୍ଳବର ସୁମହାନ ଗାଥା

ହେ ବୀର ଭଗତ ସିଂହ ॥



Rate this content
Log in