ବୀର ଭଗତ ସିଂହ ---- ୩ ,
ବୀର ଭଗତ ସିଂହ ---- ୩ ,
1 min
185
ତୁମ ଯୋଗୁଁ ଥିଲେ ଫିରିଙ୍ଗି ଶାସକେ
ସରବଦା ଶଙ୍କାକୁଳ
ତବ ତୀରଧାନେ ବଢିଲା ତାଙ୍କର
ସାହସ ବିକ୍ରମ ବଳ ॥
ହେ ବୀର ସଂଗ୍ରାମୀ ଦେଶ ସୁଭକତ
ଶହୀଦ ଭଗତ ସିଂହ
ତୁମ ପରି ବହୁ ସଂଗ୍ରାମୀଙ୍କ ପାଇଁ
ହୋଇଲୁ ଆମେ ସ୍ୱାଧୀନ ॥
ଅରପୁ ଆଦରେ ଶରଧା ସୁମନ
ଶ୍ରଦ୍ଧା ବାର୍ଷିକୀ ପାଳନ
କରି ଦେଶ ବାସୀ ସଂଗ୍ରାମର ଗାଥା
ସୁମହାନ ବଳିଦାନ ॥
ସ୍ମରଣ ରଖିବା ପାଇଁ ସାରା ଦେଶେ
ଘେନ ହେ ବୀର ପ୍ରଣାମ
ଇଂରେଜ ସର୍କାର ନିତି ଥରହର
ତବ ନାମ ଓ ସଂଗ୍ରାମ ॥
ଲାଗି ରହି ଥିଲା ନିତି ଉଠୁ ଥିଲା
ହୃଦେ ତା'ର ହୃତ୍ କମ୍ଫନ
ତୁମରି ବିକ୍ରମ ତୁମ ପରାକ୍ରମ
ଆଉ ଆନ୍ଦୋଳନ ମାନ ॥
