ବୀର ଭଗତ ସିଂହ - ୨
ବୀର ଭଗତ ସିଂହ - ୨
1 min
173
ଧନ୍ୟ ତୁମେ ବୀର ଭାରତ ମାଟିର
ଶହୀଦ ଭଗତ ସିଂହ
ପଞ୍ଜାବ ପ୍ରଦେଶେ ଆହା ଶୁଭ କ୍ଷଣେ
ଗ୍ରହଣ କରି ବିଗ୍ରହ ॥
ତୁମ ଜନ୍ମ ସ୍ଥାନ ପାକିସ୍ଥାନେ ଆଜି
ଭାରତର ବିଭାଜନୁ
ଧନ୍ୟ ତୁମେ ବୀର ହେ ଭଗତ ସିଂହ
ତବ ପୂତ ବଳିଦାନୁ ॥
ବୀର ପ୍ରସବିନୀ ଭାରତ ଜନନୀ
ଲଭିଲେ ନବ ସାହସ
ଜାତୀୟ ସଂଗ୍ରାମେ ତୁମେ ରଣ ଯଜ୍ଞେ
କି ! ଦମ୍ଭରେ ଦେଲ ଝାସ ॥
ରାଜଗୁରୁ (ଶିବରାମ) ଆଉ ସୁଖଦେବ ସାଥେ
ଫାଶୀ ଖୁଣ୍ଟେ ଚଢାଇଲା
ବ୍ରିଟିସ ସର୍କାର ଯେ କ୍ରୂର ବର୍ବର
ନିୟମ କାନୁନ ଲୀଳା ॥
ହସି ହସି ହେଲ ଶହୀଦ ହେ ତୁମେ
ଗଲ ଚିର ଯଶ ରଖି
ହେ ବୀର ଭଗତ ସିଂହ ଧନ୍ୟ ତୁମେ
ଧନ୍ୟ ତୁମ୍ଭର କୀରତି ॥
