STORYMIRROR

MADHU MITA

Others

3  

MADHU MITA

Others

ବିହଙ୍ଗ

ବିହଙ୍ଗ

1 min
11.6K


ପାଦରେ ହୀରକ ଶୃଙ୍ଖଳ

ପକ୍ଷ କେବେ କିନ୍ତୁ ନୁହଁ ବିଶୃଙ୍ଖଳ

କାରଣ?? ଖୋଜେନା


ଅଳ୍ପାଧାର ପୂର୍ଣ୍ଣ ସୁସ୍ୱାଦୁ ଭୋଜ୍ୟ

ସ୍ଵଚ୍ଛାରେ କେବେ ନୁହଇ ଯେ ତ୍ୟଜ୍ୟ

କାରଣ!! ଜାଣେନା


ଆବାହନ ନୁହେଁ ପରିସରଭୁକ୍ତ

ଆକଣ୍ଣ୍ଠ କିନ୍ତୁ ମୁକ୍ତା ମାଣିକ୍ୟଯୁକ୍ତ

କାରଣ??ମିକେନା


କ୍ଷୁଦ୍ର ଅବୟବ ବିଶାଳ ଆଳୟ

କ୍ଷୁବ୍ଧ ମନେ କିନ୍ତୁ ନାହିଁ ଯେ ପ୍ରଳୟ

କାରଣ!!ପାଏନା


ସ୍ଵର୍ଣ୍ଣ ପଞ୍ଜୁରୀର ମୁକ୍ତ ବିହଙ୍ଗ

କୋଳାହଳ ମଧ୍ୟେ ସଦା ନିସଂଗ

କାରଣଜାଣି କହେନା!



Rate this content
Log in