STORYMIRROR

Sasmita Mohapatra

Others

3  

Sasmita Mohapatra

Others

ବିହାୟସ

ବିହାୟସ

1 min
815




("ବ"ଆଦ୍ୟାନୁପ୍ରାସରେ ରଚିତ):


ବିଧାତା ସୃଷ୍ଟିର ରମ୍ୟ-ମହାକାଶ

ବାରବାର ନେତ୍ର ନିରଖଇ ଦୃଶ୍ୟ(୧)


ବସି କେ ତୂଳିରେ ରଙ୍ଗ କେ ଆଙ୍କିଛି

ବିନ୍ଦୁ ବିନ୍ଦୁ ଶ୍ୟାମ ରଙ୍ଗକୁ ଭରିଛି(୨)


ବିଲୋପଇ ଅମା ଉଷା ଆଗମନ

ବିରାଜିତ ଜ୍ୟୋତି "ନଭ" ଅନୁପମ(୩)


ବିଶାଳ ନୀଳିମା ଖଣ୍ଡ ମେଘମାଳା

ବାରିଧି କୋଳରେ ସତେ ଉର୍ମିମାଳା(୪)


ବିହଙ୍ଗମ ଶ୍ବେତ ମଣିପ୍ରାୟ ଦଳ

ବିଜେ ସରୋବରେ ଧବଳ ଉତ୍ପଳ(୫)


ବିତିଯାଏ ଯେହ୍ନେ ଦିବସର କର

"ବିହାୟସ "ବପୁ ମଣେ ଅନ୍ଧକାର(୬)


ବିଦ୍ୟମାନ ତାରାଫୁଲ ଆକାଶରେ

ବସି ତପସ୍ବିନୀ ନାଇଛି ଗଭାରେ(୭)


ବିଶ୍ବର ତମସା ଦୂରେଇବା ପାଇଁ

ବିହରନ୍ତି ଚନ୍ଦ୍ର ଆଲୋକ ବିଛାଇ(୮)


ବିଭିନ୍ନ ବର୍ଣ୍ଣରେ ସୁନ୍ଦରତା ଶୋଭେ

ବିଭିନ୍ନତା ମଧ୍ୟେ ଏକତାକୁ ଲଭେ(୯)


ବିରାଟ ହୃଦୟର ସେ ଅଧିକାରୀ

ବିଭୂଷିତ ସୋମ୍ୟ ଆନ କେ ତା ପରି(୧୦)


ସସ୍ମିତା ମହାପାତ୍ର, (ଲୀନା) ଭୁବନେଶ୍ୱର


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍